Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲା ମାରି ସିଲ୍ କଲା ପ୍ରଶାସନ, ପୁରୁଣା ସରକାରୀ ଘରକୁ ଭାଙ୍ଗି ହେବ ନୂଆ ପ୍ରକଳ୍ପ

by ସଞ୍ଜୟ ସ୍ୱାଇଁ
May 22, 2025
in State
ତାଲା ମାରି ସିଲ୍ କଲା ପ୍ରଶାସନ, ପୁରୁଣା ସରକାରୀ ଘରକୁ ଭାଙ୍ଗି ହେବ ନୂଆ ପ୍ରକଳ୍ପ
106
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖୁବଶୀଘ୍ର ଭୁବନେଶ୍ୱର ୟୁନିଟ- ୨ ଅଞ୍ଚଳ ପାଇବ ନୂଆରୂପ । ପୁରୁଣା ସରକାରୀ ଘରକୁ ଭାଙ୍ଗି ନୂଆ ପ୍ରକଳ୍ପ କରିବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ବର୍ଷବର୍ଷ ଧରି ସରକାରୀ ଘରକୁ ଜବରଦଖଲ କରିଥିବା ଲୋକଙ୍କୁ ବାହାର କରି ନିଜ ଦଖଲକୁ ନେଉଛି ପ୍ରଶାସନ । କେଉଁଠି ଫଳ ଦୋକାନ ତ କେଁଉଠି ବେତ ଦୋକାନ । ଭୁବନେଶ୍ୱର ୟୁନିଟ- ୨ ଅଞ୍ଚଳରେ ଏମିତି ୯୦ଟି ସରକାରୀ ଘରକୁ ଲୋକ ମାଡ଼ି ବସିଥିଲେ । କେଉଁଠି ପରିବାର ସହ ଲୋକ ରହୁଥିଲେ । ଏବେ ଜବରଦଖଲ କରିଥିବା ଲୋକଙ୍କୁ ହଟାଇ ପ୍ରଶାସନ ଏସବୁ ଘରକୁ ନିଜ ଦଖଲକୁ ନେଉଛି । ଫାଟକରେ ତାଲା ପକାଯାଇ ସିଲ୍ କରାଯାଉଛି । ଏସବୁ ଘରେ ରହୁଥିବା ଓ ଦୋକାନ କରିଥିବା ଲୋକ କହୁଛନ୍ତି, ଜବରଦଖଲ ନେଇ ଜାଣିନାହାନ୍ତି । ସେମାନଙ୍କୁ ଘର ଦେଇଥିବା ଲୋକଙ୍କୁ ଟଙ୍କା ଦେଉଥିଲେ । ଭୁବନେଶ୍ବର ୟୁନିଟ- ୨ ଅଞ୍ଚଳରେ ରାଜ୍ୟ ସରକାର କ୍ୟାପିଟାଲ ରି-ଡେଭଲପମେଣ୍ଟ ପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୪୧୦ଟି ସରକାରୀ ଘର ଭଙ୍ଗାଯିବ । ୧୯୦ଟି ଘର ଖାଲିଥିବା ବେଳେ ୯୦ଟି ଘରେ ବେଆଇନ ଭାବେ ଲୋକ ରହୁଛନ୍ତି ଓ ଦୋକାନ କରିଛନ୍ତି । ଘର ଖାଲି କରିବାକୁ ବାରମ୍ୱାର କୁହାଯାଇଥିଲେ ବି ଲୋକ ବେପାରୁଆ ଭାବେ ରହୁଥିଲେ । ଏବେ ଘର ଖାଲି କରାଯାଉଛି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!