ରଣପୁର, (ବାଘୁଆବାର୍ତ୍ତା): ୧୬ ନଂ ଜାତୀୟ ରାଜପଥ କନ୍ଧ ନୟାଗଡ ବାଇପାସ୍ ନିକଟରେ ପୁଣି ଘଟିଲା ଦୁର୍ଘଟଣା l ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ଗତ କାଲି ରାତିରେ ଟାଙ୍ଗୀ ଥାନା କୟଥପଲା ଗ୍ରାମରୁ ଭୂଷଣ୍ଡପୁର ଗ୍ରାମକୁ ଏକ ବରଯାତ୍ରୀ ଦଳ ଯାଉଥିଲେ l ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ହମ୍ଫସ ନିକଟରେ ଯୁବକ ଜଣକ ତାଙ୍କର ବୁଲେଟର ବ୍ରେକ୍ ଲଗାଇଥଲେ l ଫଳରେ ପଛ ପଟୁ ଏକ ହାଇୱା ବୁଲେଟ୍ ଉପରେ ଚଢି ଯିବା ଫଳରେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ପଛରେ ବସିଥିବା ଯୁବକ ଗୁରୁତର ହୋଇଥଲେ l ଏନେଇ ଉତ୍ୟକ୍ତ ଲୋକେ ହାଇୱା ଟିକୁ ଭଙ୍ଗାରୁଜା କରିଥିଲେ l ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ଥିଲେ l ସେପଟେ ରାସ୍ତା ଜାମ ହେବା ସହ ସହ ଗାଡି ମୋଟର ଛିଡା ହୋଇଥିବା ଦେଖିବାକୁ ମିଳିଥିଲା l ମୃତ ଯୁବକ ଜଣକ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଗ୍ରାମର ବୁଲା ବେହେରା ବୋଲି ଜଣାପଡିଛି l ଗୁରୁତର ବ୍ୟକ୍ତିର ନାମ ଜଣା ପଡିନାହିଁ l ପୋଲିସ୍ ଏ ନେଇ ତଦନ୍ତ ଜାରି ରଖିଛି l ଏହି ସ୍ଥାନରେ ବାରମ୍ଵାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଂଚଳରେ ଉଦଵେଗ ପ୍ରକାଶ ପାଇଛି l ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି l






