Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ

by ସଞ୍ଜୟ ସ୍ୱାଇଁ
May 22, 2025
in State
ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ
31
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଜୀବନ ନେଲା ଜୀବିକା । ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ । ଦେବଗଡ଼ ଜିଲ୍ଲା ଖିଲେଇ ପଞ୍ଚାୟତ ତଲେଇସର ଗାଁ ନିକଟ ରେଙ୍ଗାଳି ଜଳ ଭଣ୍ଡାରରେ ବୁଡ଼ି ୨ ଶିଶୁପୁତ୍ର ସହିତ ସ୍ତ୍ରୀ ମୃତ । ମୃତକମାନେ ହେଲେ ନୂଆଡ଼ିହ ପଞ୍ଚାୟତ ପୁଡ଼ାଡିହ ଗାଁର ବୁଲୁ ପେଣ୍ଠେଇଙ୍କ ୨ ପୁଅ ୫ ବର୍ଷୀୟ ଆୟୁଷ ପେଣ୍ଠେଇ ଓ ୩ ବର୍ଷୀୟ ରିୟାଂଶ ପେଣ୍ଠେଇ ଓ ୨୬ ବର୍ଷୀୟ ସ୍ତ୍ରୀ ଜ୍ୟୋତ୍ସ୍ନା ପେଣ୍ଠେଇ । ମାଛ ଧରିବାକୁ ଯାଇଥିବା ବେଳେ ଗତ ବିଳମ୍ଵିତ ରାତିରେ ତଲେଇସର ଘାଟରେ ଘଟିଛି ଅଘଟଣ । ନଦୀବନ୍ଧର ଗୋଟିଏ ପାର୍ଶ୍ଵରେ ମଞ୍ଚା ବାନ୍ଧି ରାତିରେ ବୁଲୁ ନିଜ ସ୍ତ୍ରୀ ଓ ୨ ପିଲା ମାନଙ୍କ ସହ ଥିବା ବେଳେ ହାତୀ ଆସିଯାଇଥିଲା । ଭୟରେ ବୁଲୁ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ଡଙ୍ଗାରେ ନଦୀ ଆରପଟକୁ ଯାଉଥିବା ସମୟରେ ଡଙ୍ଗାଟି ଜଳ ଭଣ୍ଡାର ପାଣିରେ ବୁଡ଼ି ଯାଇଥିଲା । ଡଙ୍ଗାରେ ଥିବା ଦୁଇ ଶିଶୁପୁତ୍ର ଓ ସ୍ତ୍ରୀ ପାଣିରେ ବୁଡ଼ି ଯାଇଥିଲେ । ବୁଲୁ କୌଣସି ପ୍ରକାରେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଆଜି ସକାଳୁ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ ଶିଶୁପୁତ୍ରଙ୍କ ମୃତଦେହ ଜଳ ଭଣ୍ଡାର ପାଣିରୁ ଉଦ୍ଧାର କରାଯାଇଥିଲା । ରିଆମାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଜ୍ୟୋତ୍ସ୍ନାଙ୍କ ମୃତଦେହକୁ ଉଦ୍ଧାର କରିଛି । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ତହସିଲଦାର, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!