Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓବିସି ଓ ଏସ୍ସି, ଏସ୍ଟିଙ୍କ ସଂରକ୍ଷଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

by ସଞ୍ଜୟ ସ୍ୱାଇଁ
May 21, 2025
in State
ଓବିସି ଓ ଏସ୍ସି, ଏସ୍ଟିଙ୍କ ସଂରକ୍ଷଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି
86
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟର ଏସଇବିସି/ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ଓ ଏସ୍ସି, ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ୩୮.୭୫% ସଂରକ୍ଷଣ ଦାବିରେ ବିଜୁ ଜନତା ଦଳ ତରଫରୁ ରାଜଭବନ ସମ୍ମୁଖରେ ବିଶାଳ ଜନଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ, ଦଳର ବରିଷ୍ଠ ନେତାମାନେ ଏହି ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦଳର ଏହି ଦାବି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଧାୟକ ତଥା ବିଜେଡି ଓବିସି ସେଲ୍ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳର ଏସ୍ଟି ସେଲ୍ର ଆବାହକ ଶ୍ରୀ ମଙ୍ଗଳା କିସାନ ଓ ଦଳର ଏସସି ସେଲର ଆବାହକ ଶ୍ରୀ ମହେଶ ସାହୁଙ୍କ ଆବାହକତ୍ୱରେ ଆଜିର ଏହି ଜନଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ, ନିକଟରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଏକ ପ୍ରବଞ୍ଚନା ବୋଲି କୁହଯାଇଛି। ବିଶେଷକରି, ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗ ପାଇଁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନଥିବାକୁ ଦଳ ତରଫରୁ ନାପସନ୍ଦ କରାଯାଇଛି। ଯେଉଁ ଉଚ୍ଚଶିକ୍ଷା କ୍ଷେତ୍ରରେ, ଅଧିକାଂଶ ଆସନ ଗୁଡିକ ଖାଲି ପଡୁଛି, ସେ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରାଯିବା ଓବିସି ବର୍ଗ ପାଇଁ ଏକ ପ୍ରତାରଣା ଛଡା ଆଉ କିଛି ନୁହେଁ। ତେଣୁ ତୁରନ୍ତ ରାଜ୍ୟର ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି। ସ୍ମାରକପତ୍ରରେ ଆହୁରି କୁହାଯାଇଛି, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ଓ ଅନେକ ରାଜ୍ୟରେ ଓବିସି ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ରାଜ୍ୟର ଏସ୍ସି ଓ ଏସ୍ଟି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୩୮.୭୫% ସଂରକ୍ଷଣ ପ୍ରଦାନ କରାଯାଉଥିବା ବେଳେ, ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ୨୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତେଣୁ ଏସ୍ସି, ଏସ୍ଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ମଧ୍ୟ ୩୮.୭୫ % ସଂରକ୍ଷଣ ପ୍ରଦାନ ପାଇଁ ବିଜୁ ଜନତା ଦଳ ତରଫରୁ ଦାବି କରାଯାଇଛି । ଦଳର ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟରେ କହିଥିଲେ, ରାଜ୍ୟର ଏସ୍ସି ଓ ଏସ୍ଟିି ଓ ଓବିସି ବର୍ଗର ଲୋକଙ୍କ ସ୍ୱାର୍ଥ ରକ୍ଷା ପ୍ରଦାନ ପାଇଁ ବିଜୁ ଜନତା ଦଳ ବିଭିନ୍ନ ପଦକ୍ଷେପ ନେବା ସହିତ ପ୍ରତିଶ୍ରୁତିବଦ୍ଧ ରହିଛି । ରାଜ୍ୟର ଓବିସି ବର୍ଗର ଲୋକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ୨୦୨୦ ମସିହାରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିସନ ଗଠନ କରାଯାଇଥିଲା । ରାଜ୍ୟର ଓବିସି, ଏସ୍ସି ଓ ଏସ୍ଟି ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକରି କ୍ଷେତ୍ରରେ ସଂଖ୍ୟା ଅନୁପାତରେ ଉପଯୁକ୍ତ ସଂରକ୍ଷଣ ପ୍ରଦାନ ପାଇଁ, ସର୍ବାଧିକ ୫୦% ସଂରକ୍ଷଣ ବ୍ୟବସ୍ଥା ପ୍ରତିବନ୍ଧକ ସାଜୁ ଥିବାରୁ, ଏହାକୁ ହଟାଇବା ପାଇଁ ନବୀନ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଓବିସି ମାନଙ୍କୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟରେ ଓବିସି ବର୍ଗର ଜନସଂଖ୍ୟା ସର୍ଭେ ନବୀନ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ କରାଯାଇଥିଲା । ପୂର୍ବରୁ ଓବିସି ତାଲିକାରେ ନଥିବା ୨୦ଟି ବର୍ଗର ଲୋକଙ୍କୁ ୨୦୨୩ ମସିହାରେ ନବୀନ ସରକାର ଓବିସି ବର୍ଗରେ ସାମିଲ କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲା। ୨୦୨୧ ମସିହାରେ, ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ, ବିଜୁ ଜନତା ଦଳ ତରଫରୁ ୪୦ ପ୍ରତିଶତରୁ ଅଧିକ ଆସନରେ ଓବିସି ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଥିଲା । ଅପରପକ୍ଷରେ, ବିଜେପି ଓବିସି ମାନଙ୍କୁ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗକୁ ଆରମ୍ଭରୁ ବିରୋଧ କରି ଆସୁଥିଲା ବୋଲି ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଓବିସି, ଏସ୍ସି ଓ ଏସ୍ଟି ବର୍ଗର ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ବିଜେଡି ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରଖିବ। ଏହି କାର୍ଯ୍ୟକ୍ରମରେ ଡ଼ ଅରୁଣ କୁମାର ସାହୁ, ମଙ୍ଗଳା କିଷାନ, ମହେଶ ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ୍ଲ ସାମଲ, ବଦ୍ରି ନାରାୟଣ ପାତ୍ର, କଳିକେଶ ନାରାୟଣ ସିଂହଦେଓ, ବ୍ୟୋମକେଶ ରାୟ, ସୁଭାଶିଷ ଖୁଣ୍ଟିଆ, ଦେବୀ ରଞ୍ଜନ ତ୍ରିପାଠୀ, ଅଶୋକ ଚନ୍ଦ୍ର ପଣ୍ଡା, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଭୃଗୁ ବକ୍ସିପାତ୍ର, ସୁନିଲ ମହାନ୍ତି, ପ୍ରୀତିରଞ୍ଜନ ଘଡେ଼ଇ, ଅରବିନ୍ଦ ମହାପାତ୍ର, ସାରଦା ପ୍ରସନ୍ନ ଜେନା, ସାରଦା ନାୟକ, ରୋହିତ ଯୋଶେଫ ତିର୍କୀ, ରାଜେନ୍ଦ୍ର ସାହୁ, ପ୍ରଦୀପ ମାଝୀ, ମନ୍ମଥ ରାଉତରାୟ, ସୌଭିକ ବିଶ୍ୱାଳ, ବ୍ରଜକିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ, ସୁଲୋଚନା ଦାସ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ପ୍ରଶାନ୍ତ ମୁଦୁଲି, ଶ୍ରୀକାନ୍ତ ସାହୁ, ରମେଶ ବେହେରା, ସୁଧୀର ସାମଲ, ପ୍ରମୋଦ ମଲ୍ଲିକ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୂପେଶ କୁମାର ପାଣିଗ୍ରାହୀ, ପ୍ରଦୀପ ଅମାତ, ମୁକେଶ କୁମାର ପାଲ, ଯୋଗେଶ କୁମାର ସିଂ, ପ୍ରଶାନ୍ତ ବେହେରା, ପ୍ରଦୀପ କୁମାର ସାହୁ, ଶଶି ଭୂଷଣ ବେହେରା, ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ବିକ୍ରମ ପଣ୍ଡା, ସୁବାସ ବେହେରା, ରୁଦ୍ର ପ୍ରତାପ ମହାରଥୀ, ମାନସ ମାଡ଼କାମୀ, ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!