ଅନୁଗୁଳ,(ବାଘୁଆବାର୍ତ୍ତା): ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ପାଲଲହଡା ବନାଞ୍ଚଳ ଅନ୍ତର୍ଗତ ରଂଜ ଗାଁର ରମେଶ ବିଶ୍ୱାଳ ଓ ତାଙ୍କ ଧର୍ମପତ୍ନୀ କୁମାରୀ ବିଶ୍ୱାଳ ମିଶିକି ଆଜି ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ତେବେ କୁମାରୀ ମହୁଲ ଗୋଟାଉଥିବା ବେଳେ ହଠାତ୍ ଏକ ଦନ୍ତାହାତୀ ଆସି ପଛପଟୁ ଶୁଣ୍ଢରେ ଆକ୍ରମଣ କରିଥିଲା । ଘଟଣସ୍ଥଳରେ କୁମାରୀଙ୍କ ମୁଣ୍ଡ ଫାଟିଯାଇଥିଲା । ତେବେ ସ୍ୱାମୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ହାତୀ କବଳରୁ ବଞ୍ôଚ ପାରିଥିଲେ କୁମାରୀ ବିଶ୍ୱାଳ । କୁମାରୀ ଗୁରୁତର ପାଲଲହଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।





