Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଲାଇ ୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା

by ସଞ୍ଜୟ ସ୍ୱାଇଁ
May 21, 2025
in Education, State
ଜୁଲାଇ ୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା
23
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ । ୬ଟି ବିଷୟରେ ହେବାକୁ ଥିବା ଏହି ପରୀକ୍ଷା ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିବାରୁ ଏହା ୧୧ଟା ୪୫ରେ ଶେଷ ହେବ । ୧ ତାରିଖ ଦିନ ପ୍ରଥମ ଭାଷା ଓଡ଼ିଆ ବିଷୟ ପରୀକ୍ଷା ରହିଛି । ସେହିପରି ୨ ରେ ସାମାଜିକ ବିଜ୍ଞାନ, ୪ ରେ ଗଣିତ, ୭ ରେ ଇଂଗ୍ରାଜୀ, ୯ ରେ ସାଧାରଣ ବିଜ୍ଞାନ, ୧୦ ରେ ହିନ୍ଦି, ସଂସ୍କୃତ ପରୀକ୍ଷା ରହିଛି । ମାଟ୍ରିକ୍ ସପ୍ଲିମେଣ୍ଟାରୀ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସ୍ଓଏସ୍ସି) ମଧ୍ୟ ଏକ ସମୟରେ ହେବ । ଏହି ପରୀକ୍ଷାରେ କେବଳ ହୋମ୍ ସାଇନ୍ସ ଥିଓରି ଗୋଟିଏ ଦିନ ଆଗରୁ ଅର୍ଥାତ୍ ଜୁନ୍ ୩୦ ତାରିଖରେ ହେବ । ଜୁଲାଇ ୧ ରେ ଓଡ଼ିଆ, ୨ ତାରିଖରେ ସାମାଜିକ ବିଜ୍ଞାନ, ୩ରେ ଇଣ୍ଡିଆନ୍ କଲଚର୍ ଆଣ୍ଡ୍ ହେରିଟେଜ୍, ୪ରେ ଗଣିତ, ୬ରେ ହୋମ୍ ସାଇନ୍ସ ପ୍ରାକ୍ଟିକାଲ, ୭ରେ ଇଂରାଜୀ, ୮ରେ ପେଣ୍ଟିଙ୍ଗ୍ ଥିଓରି ଓ ପେଣ୍ଟିଙ୍ଗ୍ ପ୍ରାକ୍ଟିକାଲ, ୯ରେ ବିଜ୍ଞାନ ଏବଂ ୧୦ ତାରିଖରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ହେବ ବୋଲି ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ୨୦୨୫ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍ ଓ ଏମ୍ପି ହୋଇଥିବା ପରୀକ୍ଷାର୍ଥୀଙ୍କୁ କୃତକାର୍ଯ୍ୟ ହେବା ଲାଗି ସପ୍ଲିମେଣ୍ଟାରୀ ପରୀକ୍ଷା ସୁଯୋଗ ରହିଛି । ଏଥିଲାଗି ଗତ ୧୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଛି । ଆବେଦନର ଶେଷ ସମୟ ଆସନ୍ତା ୨୬ ତାରିଖ ରହିଛି । ପରୀକ୍ଷା ଦେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଅନ୍ଲାଇନ୍ରେ ଫର୍ମ ପୂରଣ କରୁଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!