Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁରକ୍ଷାକର୍ମୀଙ୍କ ଅପରେସନରେ ୨୦ ନକ୍ସଲ ନିହତ

by ସଞ୍ଜୟ ସ୍ୱାଇଁ
May 21, 2025
in State
ସୁରକ୍ଷାକର୍ମୀଙ୍କ ଅପରେସନରେ ୨୦ ନକ୍ସଲ ନିହତ
36
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଲାଲ୍ ସଂଗଠନକୁ ଝଟ୍କା । ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ୨୦ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଅପରେସନ କାଗାର ଚାଲିଥିବା ବେଳେ ଆଉ ଗୋଟିଏ ଏତେ ପରିମାଣର ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନ୍କାଉଣ୍ଟର ଘଟିଛି । ଦେଶରୁ ନକ୍ସଲ ମୂଳପୋଛ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛି । ଯାହାର ନାଁ ରହିଛି ଅପରେସନ ‘କାଗାର’ । ଛତିଶଗଡ଼-ଓଡ଼ିଶା-ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରେ ଲୁଚି ରହିଥିବା ନକ୍ସଲଙ୍କୁ ଦମନ ପାଇଁ ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଅପରେସନରେ ୧୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି । ତେବେ ଏହି କ୍ରମରେ ଛତିଶଗଡ଼ ନାରାୟଣପୁର ଅବୁଝାମାଡ଼ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଯାହା ପରେ ଚାଲିଥିବା ଅପରେସନକୁ ଜୋରଦାର କରିଥିଲେ ସୁରକ୍ଷାକର୍ମୀ । ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୦ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବାକି ସାଥୀ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!