Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ

by ସଞ୍ଜୟ ସ୍ୱାଇଁ
May 21, 2025
in State
ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ
81
VIEWS
Share on FacebookShare on Twitter

ଦାରିଙ୍ଗବାଡି, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଜଣେ କିରାଣୀ ଲାଞ୍ଚ କାରବାର କରୁଥିବା ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି । ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର ନିମନ୍ତେ ୫୦୦ ଶହ ଟଙ୍କା ଲାଞ୍ଚ ଦିଆ ଯାଉଥିବା ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ଘଟଣା ପରେ ତହସିଲଦାରଙ୍କ ବଦଳି ହୋଇଥିବା ବେଳେ ଯଥା ଶୀଘ୍ର ଏଭଳି ତହସିଲଦାରଙ୍କୁ ରିଲିଫ୍ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସୂଚନା ମୁତାବକ, ତହସିଲ କାର୍ଯ୍ୟାଳୟର ଜଣେ କିରାଣୀ ଜନ୍ମ ପଞ୍ଜିକରଣ ସାର୍ଟିଫିକେଟ ପାଇଁ ୫୦୦ ଟଙ୍କା ମାଗିଥିଲେ । କିରାଣୀଙ୍କ ପାଖରେ ଥିବା ମହିଳା ପିଅନ ଜଣଙ୍କ ୫୦୦ ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ନେଇ କିରାଣୀଙ୍କୁ ଟେବୁଲ୍ ତଳେ ଥିବା ଡ୍ର ମଧ୍ୟରେ ରଖି ଦେଉଥିବା ଦେଖିବାକୁ ମିଳିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । କିଛି ବର୍ଷ ହେବ ବିନା ଦଲାଲରେ ତହସିଲ କାର୍ଯ୍ୟାଳୟରେ କୌଣସି କାମ ହେଉ ନଥିବା ବେଳେ ପ୍ରତ୍ୟେକ କାମ ପାଇଁ ଲାଞ୍ଚ ଦେବାକୁ ପଡୁଛି । ଲାଞ୍ଚ ବିନା କୌଣସି କାମ ଉକ୍ତ କାର୍ଯ୍ୟାଳୟରେ ହେଉ ନଥିବା ବେଳେ ତହସିଲଦାର ମଧ୍ୟ ସବୁ ଜାଣି ନୀରବ ରହୁଛନ୍ତି । ତେଣୁ ତହସିଲଦାରଙ୍କ ଜାଣତରେ ଏସବୁ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ତହସିଲଦାରଙ୍କ ବଦଳି ହୋଇଥିବା ବେଳେ ଯଥା ଶୀଘ୍ର ଏଭଳି ତହସିଲଦାରଙ୍କୁ ରିଲିଫ୍ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!