ଲାଠୋର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଥାନାରେ ମୋବାଇଲ ଚୋରି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି । ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବିହାର ରାଜ୍ୟର ସିଙ୍ଗିଆ ଥାନା ଅନ୍ତର୍ଗତ ଲିହାବେ ଗ୍ରାମର ରାମଚନ୍ଦ୍ର ଶର୍ମାଙ୍କ ପୁଅ ଶିବ କୁମାର ଶର୍ମା । ଏନେଇ ଲାଠୋର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।






