ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନାଲ୍କେ ଛକରେ ଦୁର୍ଘଟଣା । ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ଭୁବନେଶ୍ୱର ନାଲ୍କେ ଛକରେ ଘଟିଛି ଦୁର୍ଘଟଣା । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପୁରୀରୁ ଦର୍ଶନ ସାରି ଫେରୁଥିବାବେଳେ ଭୁବନେଶ୍ୱର ନାଲକୋ ଛକରେ ଘଟିଛି ଦୁର୍ଘଟଣା। ପଶ୍ଚିମବଙ୍ଗ ଯାତ୍ରୀଙ୍କ କାର ପଛରୁ ପିଟିଲା ଏକ ବାଇକ୍ । ଦୁର୍ଘଟଣା ଘଟାଇଥିବା ଦୁଇ ବାଇକ୍ ଚାଳକ ଆହତ ହୋଇଛନ୍ତି । କାରରେ ଥିବା ଶିଶୁ ଓ ମହିଳା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଉତ୍ତେଜନା ଦେଖାଦେଇଥିଲେ । ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ସମ୍ଭାଳିଥିଲା ।






