ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ବେଗୁନିଆସାହି ନିକଟରୁ ଏକ ଶାଳକାଠ ବୋଝେଇ ଟ୍ରାକ୍ଟର ଜବତ ହେବା ସହ କାଠ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଢିପାମାଳ ଗ୍ରାମର ପ୍ରଶାନ୍ତ ସ୍ୱାଇଁ । ମଙ୍ଗଳବାର ବନାଞ୍ଚଳ ଅଧିକାରୀ ଶୁଶାନ୍ତ ସ୍ୱାଇଁ, ବନପାଳ ସୁମିତ୍ରା ମିଶ୍ର ଏବଂ ବନରକ୍ଷୀ ରଶ୍ମିତା ବେହେରା ଚଢ଼ାଉ କରି ଉକ୍ତ ଟ୍ରାକ୍ଟରକୁ ଜବତ କରିଥିବା ଜଣାଯାଇଛି । କାଠ ଚାଲାଣ ହେଉଥିବା ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି ।





