Friday, May 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି : ମନମୋହନ

by ସଞ୍ଜୟ ସ୍ୱାଇଁ
May 20, 2025
in State
ଚିଟ୍‌ଫଣ୍ଡ  ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି : ମନମୋହନ
93
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଆମ ସଂକଳ୍ପ ପତ୍ର ଅନୁଯାଇ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ । ପୂର୍ବ ସରକାର କ’ଣ କରିଛନ୍ତି କ’ଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍ଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି । ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ । ଆମେ ଶପଥ ନେବା ପୂର୍ବରୁ ଚିଟ୍ଫଣ୍ଡ କାଗଜପତ୍ର ବୁହା ହେଉଥିଲା ସେକଥା ସମସ୍ତେ ଜାଣିଛନ୍ତି । ଆମେ ସିଆଇଏସଏଫ ଲଗାଇ ବନ୍ଦ କଲୁ । ସରକାର ଏବେ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରାଯିବ ବୋଲି ମନମୋହନ ସାମଲ କହିଛନ୍ତି । ସେପଟେ ମନମୋହନ ସାମଲଙ୍କୁ କଡ଼ା ଜବାବ ଦେଇଛି ବିଜେଡି । କାଗଜ ନମିଳିବା କହି ସରକାର ତାଙ୍କ ବିଫଳତାକୁ କହିଛନ୍ତି । ଇଡି, ସିବିଆଇ ଲଗାଇ ତଦନ୍ତ କରି ବାନ୍ଧୁଛନ୍ତି କିନ୍ତୁ ଏଠି କହୁଛନ୍ତି କାଗଜ ପାଉନାହାନ୍ତି । ଏହା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି ବିଧାୟକ ଧୃବ ସାହୁ । ସେହିଭଳି ଅରୁଣ ସାହୁ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା । ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । କେତେଦିନ ଆଉ ୨୪ ବର୍ଷ କଥା କହିବ । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ । ଏବେ ସେମାନେ ସରକାରରେ । ଚିଟ୍ଫଣ୍ଡ କାଗଜ ଖୋଜିବା ଦାୟିତ୍ଵ ସରକାରଙ୍କର, ଖୋଜନ୍ତୁ । ସେପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି, ନିର୍ବାଚନ ପୂର୍ବରୁ ଇସ୍ତାହାରରେ କହିଥିଲେ ସରକାରକୁ ଆସିବା ମାତ୍ରେ ଆମେ ଲୋକଙ୍କ ଚିଟ୍ଫଣ୍ଡ ପଇସା ଫେରାଇବୁ । କିନ୍ତୁ ଏବେ କହିଲେଣି ପୂର୍ବ ସରକାର ସମୟର କାଗଜପତ୍ର କିଛି ମିଳୁନି । ଏ କେମିତି କଥା, ଏ ଗୋଟେ କେବଳ ଧୂଆଁବାଣ । କେବଳ ଏ ସରକାର ପ୍ରହସନ କରୁଛନ୍ତି । ଏ କେବଳ କଥା କୁହନ୍ତି ଲୋକଙ୍କ କଥା ବୁଝନ୍ତିନି । ଯଦି ଏହା କେବଳ ଇସ୍ତାହାର ଭାଷା ତାହେଲେ ଆମେ ଲୋକଙ୍କ କଥା ବୁଝିବୁ ବୋଲି ମଙ୍ଗୁ ଖିଲ କହିଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!