Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟାକରା ହାଇସ୍କୁଲର ବରିଷ୍ଠ ଅନୁଚର ବାଉରୀ ବନ୍ଧୁ ଯାନୀଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
May 20, 2025
in Nayagarh, State
ଟାକରା ହାଇସ୍କୁଲର ବରିଷ୍ଠ ଅନୁଚର ବାଉରୀ ବନ୍ଧୁ ଯାନୀଙ୍କ ପରଲୋକ
274
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାକରାର ବରିଷ୍ଠ ଅନୁଚର ବାଉରୀବନ୍ଧୁ ଯାନୀଙ୍କ ୫୮ ବର୍ଷ ବୟସରେ ମଙ୍ଗଳବାର ଦିନ ପରଲୋକ ଘଟିଛି । ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ | ସେ ଜଣେ ବନ୍ଧୁ ବତ୍ସଳ, ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ। ଏଭଳି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ସର୍ବତ୍ର ଶୋକର ଛାୟା ଖେଳି ଯାଇଥିଲା | ଖବର ପାଇ ଟାକରା ହାଇସ୍କୁଲରେ କାର୍ଯ୍ୟରତ ସାମୁଏଲ ମଲ୍ଲିକ, ଶିବାନୀ ଦାସ, ସାଧୁ ଚରଣ ପ୍ରଧାନ, ରୁଦ୍ର ପ୍ରତାପ ସୁନ୍ଦର ସିଂ, ଶିକ୍ଷକ ପ୍ରଭାତ ଜେନା, ଆନନ୍ଦ ପଣ୍ଡା,ପ୍ରଶାନ୍ତ କୁମାର ମନ୍ତ୍ରୀଙ୍କ ସମେତ ଦଶପଲ୍ଲା, ଟାକରା ଅଂଚଳର ବହୁ ଜନସାଧାରଣ ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଜଗାପୁର ସ୍ଥିତ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ପୈତୃକ ଗ୍ରାମ ସୁନ୍ଦରକୁମ୍ପା ଠାରେ ଅଶ୍ରୁ ଶିକ୍ତ ନୟନରେ ବାଉରୀବନ୍ଧୁଙ୍କୁ ଅନ୍ତିମ ବିଦାୟ ସହ ଅନ୍ତିମ ସଂସ୍କାର କରାଯାଇଥିଲା | ସୂଚନା ଥାଉକି ସେ ପୂର୍ବରୁ ମଧୁମେହ ଓ ରକ୍ତଚାପ ରୋଗରେ ଦୀର୍ଘଦିନ ଧରି ପୀଡ଼ିତ ଥିଲେ ଗତ କିଛିମାସ ତଳେ ଅସୁସ୍ଥତା ଅନୁଭବ କରିବାରୁ ସେ ଛୁଟିରେ ମଧ୍ୟ ରହିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!