Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଟବଣା ଦୁଇ ଦନ୍ତା

by ସଞ୍ଜୟ ସ୍ୱାଇଁ
May 19, 2025
in State
ବାଟବଣା ଦୁଇ ଦନ୍ତା
66
VIEWS
Share on FacebookShare on Twitter

ଘୁ.ଉଦୟଗିରି, (ବାଘୁଆବାର୍ତ୍ତା): ଦୁଇ ଜଙ୍ଗଲୀ ଦନ୍ତାହାତୀ ବାଟ ବଣା ହୋଇ ଘୁ.ଉଦୟଗିରି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଘୁରି ବୁଲି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିବାରେ ଲାଗିଛନ୍ତି। ଦୁଇ ଦନ୍ତା ଜଙ୍ଗଲ ଛାଡି ସହର ମୁହାଁ ହେଉଥିବା ଦୃଶ୍ୟ ବି ଦେଖୁବାକୁ ମିଳିଛି। ଗତ ଚାରିଦିନ ତଳେ ସ୍ଥାନୀୟ ଦୁଇ ଦନ୍ତା ସହରର ଏକ ନଂ ୱାର୍ଡର ପଦାସାହି କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡକ ଉପରକୁ ଆସିବା ସହ ବିଲମାଳ ଭିତରେ ପଶି ଜଙ୍ଗଲକୁ ଚାଲି ଯାଇଥିଲେ। ହାତୀଙ୍କ ପାଇଁ ସାରା ରାତି ଅନ୍ଧାରରେ ରହିଥିଲା ସାରା ଅଞ୍ଚଳ। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ ହୋଇଥିଲା। ସେହିଭଳି ଦୁଇଦିନ ତଳେ ସହରର ୪ନଂ ୱାର୍ଡ ସ୍ଥିତ ଶ୍ରୀରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ ପଛପଟ ଥିବା ଏକ କଦଳୀ ବାଡ଼ିରେ ପଶି ଦୁଇ ଦନ୍ତା କଦଳୀ ବଗିଚା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଗତକାଲି ନନ୍ଦଗିରି ନିକଟରେ କଦଳୀ ବଗିଚାରେ ପଶି କଦଳୀ ବଗିଚା ନଷ୍ଟ କରିଥିଲେ। କଳିଙ୍ଗା ପଞ୍ଚାୟତର ସୁଜେଲି (ସୁରାଦେଇ ମାଜିର୍ ମାହା ) ଗ୍ରାମରେ ଗତକାଲି ପୁଣି ଥରେ ଦୁଇ ଦନ୍ତା ପଶି ପ୍ରେମାନନ୍ଦ ସାହୁଙ୍କ ଘର ଭାଙ୍ଗିବା ସହିତ ଅଦା ହଳଦୀ ଫସଲ ନଷ୍ଟ କରି ଗଛିତ ଧାନ ଖାଇ ନଷ୍ଟ କରିଛନ୍ତି। ଘରେ ଥିବା ଲୁଗାପଟା ଚିରି ବଗିଚାରେ ଥିବା ଆମ୍ବ, ପଣସ ଓ କଦଳୀ ଗଛଗୁଡ଼ିକୁ ଭାଙ୍ଗି ନଷ୍ଟ କରିଛନ୍ତି। ଏହିଭଳି ଦୁଇ ଦନ୍ତାଙ୍କ ଆତଙ୍କ ବୃଦ୍ଧି ପାଇବା ଯୋଗୁ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ସଞ୍ଜ ନଇଁଲେ ହାତୀ ଭୟ। ହାତୀ ପାଇଁ ସମସ୍ତେ ଚିନ୍ତାରେ। ନା ରାତି ଶୋଇ ହେଉଛି ନା ନିଜ ଜମିରେ ଲାଗିଥିବା ସୁନାର ଫସଲକୁ ସୁରକ୍ଷା ଦେଇ ହେଉଛି। ଦୁଇ ବାଟବଣା ଦନ୍ତାଙ୍କ କବଳରୁ କେମିତି ରକ୍ଷା ପାଇବେ କ’ଣ କରିବେ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଅନ୍ୟପକ୍ଷରେ ବନବିଭାଗ ପକ୍ଷରୁ ଦୁଇ ଦନ୍ତା କିଭଳି ନିଜ ଜଙ୍ଗଲକୁ ଫେରିବେ ତା ପାଇଁ ଚେଷ୍ଟା ଚଳେଇଥିଲେ ମଧ୍ୟ ଦନ୍ତା ସ୍ଥାନୀୟ ଅଞ୍ଚଳର ଆମ୍ବ,ପଣସ ଏବଂ କଦଳୀ ଲୋଭରେ ପଡି ଜଙ୍ଗଲକୁ ଫେରିବାର ନାଁ ଧରୁ ନଥିବା ଯୋଗୁ ବନବିଭାଗ ମଧ୍ୟ ଚିନ୍ତାରେ ପଡିଯାଇଛି। ହାତୀଙ୍କ ପାଇଁ ବନବିଭାଗ ରାତିରେ ଶୋଇ ପାରୁନାହାନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!