Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର

by ସଞ୍ଜୟ ସ୍ୱାଇଁ
May 19, 2025
in State
ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର
119
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ୨୧ତାରିଖ ବେଳକୁ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ ହୋଇ ଉତ୍ତରକୁ ଗତି କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ମେ ଶେଷ ଆଡକୁ ବଙ୍ଗୋପସାଗରରେ ମଧ୍ୟ ଲଘୁଚାପ ସମ୍ଭାବନା। ୨୬ କିମ୍ବା ୨୭ ମେ ତାରିଖ ବେଳକୁ ବଙ୍ଗୋପସାଗ ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ବିଭିନ୍ନ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଏପଟେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆଗାମୀ ୫ ଦିନ ପାଇଁ ଚେନାବନୀ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ପାଇଁ ୮ଟି ଜିଲ୍ଳାକୁ ଅରେଞ୍ଜ ଓ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ଏବଂ ସର୍ବାଧିକ ୬୦ କିଲୋମିଟର ଯାଏଁ ପବନ ବହିବ । ୨୧ ତାରିଖରେ ଦକ୍ଷିଣ, ପୂର୍ବ ଉବକୂଳ ସମେତ ୧୮ଟି ଜିଲ୍ଲାରେ ବିଜୁଳି ଘଡଘଡି ପାଇଁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!