ଭୁବନେଶ୍ଵର, (ବାଘୁଆବାର୍ତ୍ତା): ରାଜ୍ୟରେ ବାଂଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। କାରଣ ବିଭିନ୍ନ ଏଜେନ୍ସି ରେ ରହି ବାଂଲାଦେଶୀ କାମ କରୁଛନ୍ତି। କେବଳ ଭୁବେନଶ୍ଵର ନୁହେଂ ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସୋମବାର ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜଧାନୀରେ କେତେ ବାଂଲାଦେଶୀ ଅଛନ୍ତି ତାର ଚିହ୍ନଟ ହେବ। ପ୍ରତିଥାନା ଅଞ୍ଚଳରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାହାର ତଥ୍ୟ ବାହାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା। ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ନେଇ ରବିବାର କମିଶନରେଟ୍ ପୋଲିସ ପକ୍ଷରୁ ଭରତପୁର ଥାନାରେ ଅପରାଧ ନିୟନ୍ତ୍ରଣ ବୈଠକ ଆୟୋଜିତ ହୋଇଛି। ଏଥିରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ଗୁରୁତ୍ଵ ଦିଆଯାଇଛି। ଏହାଛଡ଼ା ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼ ଚାଲିଛି । STFକୁ ନୋଡାଲ୍ ଏଜେନ୍ସି ଦାୟିତ୍ବ ଦିଆଯାଇଥିବା DIG ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି । ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ଅନ୍ୟ ସବୁ ଏଜେନ୍ସିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଜଗତସିଂହପୁର, ପୁରୀ, ଗଞ୍ଜାମରେ ଧରପଗଡ଼ ଜୋରଦାର ଚାଲିଛି ।






