ମାଲକାନଗିରି, (ବାଘୁଆବାର୍ତ୍ତା): ସୁରକ୍ଷାକର୍ମୀଙ୍କୁ ସଫଳତା । ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାରେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ମୈନପୁର ଥାନା ଗୌରମୁଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଖବର ଅନୁଯାୟୀ, ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ଡିଆର୍ଜି ଓ ସିଆର୍ପିଏଫ୍ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ଏହି ଅପରେସନ ସମୟରେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପ୍ରେସର ଆଇଇଡି ଖଞ୍ଜିଥିଲେ । ଯାହାକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଏହାପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ୫ କିଲୋଗ୍ରାମ ଓଜନର ୨ଟି ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା । ଯାହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ସେହିପରି ସୁରକ୍ଷାକର୍ମୀଙ୍କୁ ଜଙ୍ଗଲରୁ ସୋଲାର ପ୍ଲେଟ, ତାର, ବାସନକୁସନ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।






