Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ, ବ୍ୟବହୃତ ଅଟୋ ଜବତ

by ସଞ୍ଜୟ ସ୍ୱାଇଁ
May 19, 2025
in Crime, State
ଯୁବତୀ କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ, ବ୍ୟବହୃତ ଅଟୋ ଜବତ
81
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ଜଣେ ଯୁବତୀକୁ ଅଟୋ ରେ ଘରକୁ ଛାଡିବାକୁ କହି ଜୋର ଜବରଦସ୍ତ ନେଇ ତିନି ଜଣ ସାଙ୍ଗ ୭ ଦିନ ଏକ ଭଡା ଘରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ର ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଯୁବକ କୁ ଗିରଫ କରିବା ସହ ଝିଅ କୁ ନେଇଥିବା ବ୍ୟବହୃତ ଅଟୋ କୁ ଜବତ କରି କୋର୍ଟ ଚାଲାଣ କରିଛି । ଏ ନେଇ ଖବରଦାତା ସମ୍ମିଳନୀ କରି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ଵାଇଁ ଜଣାଇଛନ୍ତି । ଘଟଣା ରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ମଧ୍ୟାହ୍ନ ୧୧.୩୦ ସମୟରେ ଯୁବତୀ ଜଣକ ଔଷଧ ଆଣିବା ପାଇଁ ବଜାରକୁ ଆସିଥିଲା ଘରକୁ ଫେରିବା ସମୟରେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରୁ ଅଟୋ ଡ୍ରାଇଭର ଜଣକ ଯୁବତୀ କୁ ଘରେ ଛାଡିଦେବା ପାଇଁ କହିଥିଲା, ଏହି ସମୟରେ ଘରେ ଛାଡିବା ପରିବର୍ତ୍ତେ ଏକ ଭଡା ଘର ନିକଟକୁ ନେଇ ଜୋର ଜବରଦସ୍ତି ଟାଣି ନେଇ ଘର ବନ୍ଦ କରିଦେଇଥିଲା l ଏହା ପରେ ଅଟୋ ଚାଳକ ସହ ଦୁଇ ସାଙ୍ଗ ମିଶି ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ, ଦିନେ କି ଦୁଇ ଦିନ ନୁହଁ ୭ ଦିନ ଏଭଳି ଅତ୍ୟାଚାର କରିଥିବା ବିଷୟ ପୀଡିତା ଜଣକ କହିଛନ୍ତି । ଏ ନେଇ ୧୭ ତାରିଖ ଦିନ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୧୫୮/୨୫ ରେ ଏକ ମାମଲା ରୁଜୁ କରି ଗଣଦୁଷ୍କର୍ମ ମାମଲାରେ ୩ ଯୁବକକୁ ଏତଲା ର ୨୪ ଘଣ୍ଟା ନ ପୂରୁଣୁ ଗିରଫ କରିବା ସହ ଡାକ୍ତର ମଇନା କରାଯାଇଛି ଓ ବ୍ୟବହୃତ ଅଟୋ ଜବତ କରି କୋର୍ଟ ଚାଲାଣ କରିଛି । ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି ମହିଳାଙ୍କ ଉପରେ କୌଣସି ଅତ୍ୟାଚାର ଖବର ଆସିଲେ କାହାରୀକୁ ଛଡା ଯିବ ନାହିଁ l ଏଣୁ ସଜାଗ ରହିବାକୁ ତାଗିଦ କରିଥିଲେ l

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!