Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ପତ୍ତି ଓ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ଭଉଣୀକୁ ହତ୍ୟା କରି ଭାଇଭଉଣୀ ଗିରଫ

by ସଞ୍ଜୟ ସ୍ୱାଇଁ
May 19, 2025
in State
ସମ୍ପତ୍ତି ଓ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ଭଉଣୀକୁ ହତ୍ୟା କରି ଭାଇଭଉଣୀ ଗିରଫ
60
VIEWS
Share on FacebookShare on Twitter

ବାମରା, (ବାଘୁଆବାର୍ତ୍ତା): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ସଦର ମହକୁମା ଗୋବିନ୍ଦପୁର ମଝିପଡ଼ାରେ ସମ୍ପତ୍ତି ଓ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ସ୍ୱାମୀ ପରିତ୍ୟକ୍ତା ମଝିଆ ଭଉଣୀକୁ ନିଜ ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଛନ୍ତି। ସୂଚନାନୁସାରେ, ଗୋବିନ୍ଦପୁରର ବିନୋଦ ବିହାରୀ ସାହୁଙ୍କ ମଝିଆ ଝିଅ ଲିନା ସାହୁ ବିବାହ ପରେ ଗତ କିଛିବର୍ଷ ହେବ ପରିବାର ସହ ନ ରହି ସମ୍ବଲପୁର ଅଞ୍ଚଳରେ ଏକୁଟିଆ ରହି କାମଧନ୍ଦା କରି ଚଳୁଥିଲେ। ଇତିମଧ୍ୟରେ ନିଜ ପୈତୃକ ସମ୍ପତ୍ତି ଓ ଜମିବାଡ଼ି ଭାଗବଣ୍ଟାକୁ ନେଇ ସେ କୋର୍ଟରେ କେସ୍ କରିଥିଲେ। ଯାହାକୁ ନେଇ ପରିବାର ଭିତରେ ତିକ୍ତତା ବଢ଼ିଥିଲା। ସେ ବହୁଦିନ ଧରି ବାପ ଘରକୁ ଯିବାଆସିବା କରୁ ନଥିଲେ। ରବିବାର ନିଜର ସଂପର୍କୀୟ ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ। ରବିବାର ଦିନ ୧୧ଟାବେଳେ ସେ ନିଜ ସଂପର୍କୀୟ ଭାଇ ଅରକ୍ଷିତ ସାହୁଙ୍କ ଘରେ ଶୋଇଥିବା ବେଳେ ତାଙ୍କ ଅବିବାହିତା ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ (୪୨) ଏବଂ ସାନଭାଇ ଗୋଲକ ସାହୁ (୩୮) ହଠାତ ପଶି ଆସି ତାଙ୍କୁ ଗାଳିଗୁଲଜ ସହ ଆକ୍ରମଣ କରିଥିଲେ। ଗୋଲକ ତାଙ୍କୁ ଏକ ଛୁରିରେ ଆଘାତ କରିଥିଲା। ଗୁରୁତର ଅବସ୍ଥାରେ ଲିନାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବର ପାଇ ଗୋବିନ୍ଦପୁର ପୁଲିସ ଶବ ଜବତ କରିବା ସହ ଅରକ୍ଷିତ ସାହୁଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭଉଣୀ ପୁଷ୍ପାଞ୍ଜଳି ଓ ଭାଇ ଗୋଲକଙ୍କୁ ଗିରଫ କରାଯାଇଛି। କୁଚିଣ୍ଡା ଏସ୍ଡିପିଓ ପ୍ରଦୀପ ଦାସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!