Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ଶହ ପରିବାର ଅଜଣା ରୋଗରେ ଆକ୍ରାନ୍ତ

by ସଞ୍ଜୟ ସ୍ୱାଇଁ
May 19, 2025
in State
୨ ଶହ ପରିବାର ଅଜଣା ରୋଗରେ ଆକ୍ରାନ୍ତ
37
VIEWS
Share on FacebookShare on Twitter

ପଡ଼ିଆ, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏହି ରୋଗରେ ପ୍ରାୟ ୫ ଶହ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବୟସ୍କ ମହିଳା ପୁରୁଷ, ଯୁବତୀ ଯୁବକ ଏମିତିକି ପିଲାଛୁଆମାନେ ଆକ୍ରାନ୍ତ ହୋଇ ଆଜକୁ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ସମୟ ଯନ୍ତ୍ରଣା ଭୋଗୁଥିବା ଆକ୍ରାନ୍ତମାନେ କହିଛନ୍ତି। ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ନମୁନା ଦେଇ ସମସ୍ତ ପ୍ରକାର ପରୀକ୍ଷା କରାଇଥିଲେ ସୁଦ୍ଧା କୌଣସି ରୋଗ ନ ଥିବା ଜଣାଯାଇଛି। ଡାକ୍ତର ଯାହା ଔଷଧ ଦେଉଛନ୍ତି ତାହା ଖାଇଲେ କିଛି ସମୟ ପାଇଁ ଉପଶମ ହେଉଛି। ପରେ ଯେମିତିକି ସେମିତି ଅବସ୍ଥା ହେଉଥିବା ରୋଗୀ କହିଛନ୍ତି। କେତେଜଣ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଔଷଧ ଆଣି ଖାଇଲେ ମଧ୍ୟ ସମାନ ଅବସ୍ଥା। କିଛି ଘଣ୍ଟା ଯନ୍ତ୍ରଣାରୁ ଉପଶମ ମିଳୁଛି, ପରେ ଯେମିତିକି ସେମିତି ଯନ୍ତ୍ରଣା ହେଉଛି। କେତେକ ରୋଗୀ ଔଷଧ ଖାଇଲେ ମଧ୍ୟ ଶରୀରରେ ପ୍ରତିକ୍ରିୟା ହୋଇ ଦେହ ହାତ ଫଳିଯାଇ କୁଣ୍ଡେଇ ହେଉଛି, ମୁହଁ କଳା ପଡିଯାଉଥିବା ରୋଗୀମାନେ କହିଛନ୍ତି। ଏମାନଙ୍କ ମଧ୍ୟରେ ମେଷାକ ରବି ମାଦ୍ରୀ, ନାଗଲୁ ସେନ୍ତାଆମ୍ମା, ନାଗଲୁ ମଞ୍ଜୁ, ସୁଧାଲ ଜୟ ରାଜୁ, ବତୀନ ଜୟରାଜୁ, ବତୀନ ଦୈବ କୁମାରୀ, ବେଦି ଧନଲକ୍ଷ୍ମୀ, ଚିନାମ ମିନତି, ମାଦ୍ରୀ ସାଲବମ, ମାଦ୍ରୀ କୃପାବତୀ, ମାଦ୍ରୀ ପଦ୍ମା ମଣି, ବାତିମ ସୀମା, ତୋକଲ ରାଜୁ, ବନ୍ତାଲ ୱାରା ଲକ୍ଷ୍ମୀ, କୋଡ଼ି ଶକୁନ୍ତଳା, ନାଗଲୁ ସୁନୀଲ, ସୁଧାଲ ଜୟ ଆମ୍ମା, ଚିନାମ ରୁପା ରାଣୀ ଏମିତି ଦୁଇଶହ ପରିବାରର ୫୦୦ ଲୋକ ଯନ୍ତ୍ରଣା ଭୋଗୁଥିବା ସାହିବାସୀ କହିଛନ୍ତି। କେତେଜଣ ରୋଗୀ ଏଠାରେ ଭଲ ନ ହୋଇ ପଡୋଶୀ ଘରୋଇ ଡାକ୍ତରଖାନାକୁ ଯାଉଥିବା ଜଣାଯାଇଛି। ଏ ସମ୍ପର୍କରେ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ବେହେରାଙ୍କୁ ପଚାରିବାରୁ ସେ ଟ୍ରେନିଂରେ ବାହାରେ ଥିବା କହିଥିଲେ। ତଥାପି ସେ କହିଛନ୍ତି, ଏମିତି ଘଟଣା ୩ ମାସ ତଳେ କେତେକ ସାହିରେ ଦେଖାଯାଇଥିଲା। ସେମାନଙ୍କ ଚିକିିତ୍ସା କରାଯାଇ ସ୍ବାସ୍ଥ୍ୟ ଠିକ୍ ହୋଇଥିଲା। ଏବେ ଏହା ଅଲଗା ପ୍ରକାର ରୋଗ ବୋଲି ଅନୁମାନ କରାଯାଉଛି। ସମସ୍ତ ପରୀକ୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ନ ଥିବାରୁ ଏ ସମ୍ପର୍କରେ ଜିଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି। ଅଧିକାରୀଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍ ଗଠନ କରି ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପରେ ପ୍ରକୃତରେ ଏହା କ’ଣ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତର ରାଜ ନାରାୟଣ ସିଂଙ୍କୁ ପଚାରିବାରୁ ରକ୍ତ ନମୁନା ସଂଗ୍ରହ ପାଇଁ ଲାବରେଟୋରିରୁ ସ୍ବତନ୍ତ୍ର ଟିମ୍ ଆସିସାରିଲେଣି। ଟିମ୍ ପହଞ୍ଚି ପରୀକ୍ଷା ସହ ଚିକିିତ୍ସା କଲେ କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଜଣାଯିବ ବୋଲି ସେ କହିଛନ୍ତି।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!