Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧିକାରୀଙ୍କ ଭୁଲ୍ ପାଇଁ ସରକାର ଗଣିବେ ତଣ୍ଡ

by ସଞ୍ଜୟ ସ୍ୱାଇଁ
May 19, 2025
in State
ଅଧିକାରୀଙ୍କ ଭୁଲ୍ ପାଇଁ ସରକାର ଗଣିବେ ତଣ୍ଡ
102
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଅର୍ଥ କିଭଳି ଖର୍ଚ୍ଚ କରାଯିବ, ସେନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ଏହାସହିତ ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସି ସବୁ ବିଭାଗର ଅର୍ଥ ପରାମର୍ଶଦାତାଙ୍କୁ ସଚେତନ କରାଯାଉଛି। ହେଲେ ବାସ୍ତବ କ୍ଷେତ୍ରରେ ଅର୍ଥ ପରାମର୍ଶଦାତାମାନେ ତାଙ୍କର ଦାୟିତ୍ୱ ଠିକଣା ଭାବେ ନିର୍ବାହ କରୁ ନ ଥିବାରୁ ଏବେ ରାଜ୍ୟ ସରକାରଙ୍କୁ ପ୍ରାୟ ୨୦କୋଟି ଟଙ୍କାର ସୁଧ ଗଣିବାକୁ ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରାଯିବା ପରେ ଅର୍ଥ ବିଭାଗ ପକ୍ଷରୁ ଚଳିତମାସ ୧୬ ତାରିଖରେ ପୃଥକ୍ ଭାବେ ବିଭାଗସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ କେନ୍ଦ୍ରୀୟ ଅର୍ଥ କିଭଳି ଠିକଣା ଭାବେ ପରିଚାଳନା ହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ବୈଠକର ସୂଚନା ଅନୁଯାୟୀ, କେତେକ ବିଭାଗ ବର୍ଷ ବର୍ଷ ଧରି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି। ମାର୍ଗଦର୍ଶିକା ଅନୁଯାୟୀ ଯଦି କୌଣସି ବିଭାଗ ଠିକଣା ସମୟରେ ଖର୍ଚ୍ଚ ନ କରିବ, ତେବେ ସିଙ୍ଗିଲ ନୋଡାଲ ଆକାଉଣ୍ଟ(ଏସ୍ଏନ୍ଏ)କୁ ବଳକା ଅର୍ଥ ଫେରାଇବାକୁ ବାଧ୍ୟ। ହେଲେ ୧୫ଟି ବିଭାଗର ଅର୍ଥ ପରାମର୍ଶଦାତା ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ଫଳରେ ଯେତିକି ଦିନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଫେରାଇବାରେ ବିଳମ୍ବ ହୋଇଛି, ତା’ର ୭ ପ୍ରତିଶତ ସୁଧ ବାବଦକୁ ୧୫ଟି ବିଭାଗକୁ ୧୯କୋଟି ୫୮ଲକ୍ଷ ୯୪ହଜାର ୮୫୩ ଟଙ୍କାର ସୁଧ ଗଣିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ କେନ୍ଦ୍ର ପକ୍ଷରୁ ଯେଉଁ ରାଜ୍ୟ ଭିତରେ ଖାଦ୍ୟଶସ୍ୟ ବଣ୍ଟନ ତଥା ସାଧାରଣ ସାମଗ୍ରୀ ବଣ୍ଟନ ପାଇଁ ଅର୍ଥ ଯୋଗାଣ ହୋଇଥିଲା, ତା’ର ପରିଚାଳନା ଅଭାବ ପାଇଁ ଦୁଇଟି ପର୍ଯ୍ୟାୟରେ ସୁଧ ବାବଦକୁ ୨କୋଟି ୯୬ଲକ୍ଷ ୨୦ହଜାର ୧୯୫ ଟଙ୍କା ଏବଂ ୨କୋଟି ୩ଲକ୍ଷ ୪୨ହଜାର ୧୪୩ ଟଙ୍କା ସୁଧ ଦେବାକୁ ପଡ଼ିବ। ସେହିପରି ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ଦେଇଥିବା ଅର୍ଥ ଖର୍ଚ୍ଚ ନ ହେବା ତଥା ସମୟ ଭିତରେ ଅର୍ଥ ଫେରସ୍ତ ନ ହେବା ଯୋଗୁ ୧କୋଟିି ୮୧ଲକ୍ଷ ୫୬ହଜାର ୩୭୬ଟଙ୍କାର ସୁଧ ଗଣିବାକୁ ପଡ଼ିବ। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୁଇଟି ପର୍ଯ୍ୟାୟରେ ୧କୋଟି ୫୪ଲକ୍ଷ ୩୮ହଜାର ଟଙ୍କା ଏବଂ ୧କୋଟି ୫୧ଲକ୍ଷ ଟଙ୍କାର ସୁଧ ଦେବାକୁ ପଡ଼ିବ। ଏହାବାଦ୍ କୃଷି, ଜଳସମ୍ପଦ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ବାସ୍ଥ୍ୟ, ଗୃହ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ବହୁ କୋଟି ଟଙ୍କାର ସୁଧ ଦିଆଯିବ। ସେସବୁ ସରକାର ଏବେ ରାଜକୋଷରୁ ଗଣିବେ ବୋଲି ଜଣାଯାଇଛି।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!