Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

by ସଞ୍ଜୟ ସ୍ୱାଇଁ
May 19, 2025
in State
ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ
121
VIEWS
Share on FacebookShare on Twitter

ଭୁବନେଶ୍ୱର , (ବାଘୁଆବାର୍ତ୍ତା): ରାଜ୍ୟରେ ଭୀଷଣ ଗୁଳୁଗୁଳି ଅନୁଭବ ହେବ। ଆଗକୁ ତାତି କମିବ ସତ, କିନ୍ତୁ ଗୁଳୁଗୁଳି ନାକେଦମ୍ କରିବ। ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ। ଏଥିପାଇଁ ଅଧିକ ଗୁଳୁଗୁଳି ଅନୁଭୂତ ହେବ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ ଦେଖାଇଛନ୍ତି। ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ପୂର୍ବ ଆରବସାଗରରେ ମହାରାଷ୍ଟ୍ର ଉପକୂଳଠାରୁ ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ରୂପ ନେବ। କ୍ରମଶଃ ଏହା ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୫ ତାରିଖରେ ବାତ୍ୟା ରୂପ ନେଇପାରେ। ୨୭ରେ ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ଅଛି। ଏହା ୨୯ ତାରିଖରେ ଗୁଜୁରାଟ ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି। ପୁଣି ୨୭ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୮ରେ ଏହା ଲଘୁଚାପ ଓ ୨୯ରେ ଅବପାତରେ ପରିଣତ ହେବ । ୨୯ ଓ ୩୦ ତାରିଖ ବେଳକୁ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ସେ ଆକଳନ କରିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ଓ ପରେ ଏହା ବଦଳିପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଭରା ପବନ ଆସୁଛି । ଏଥିପାଇଁ ଗୁଳୁଗୁଳି ରହୁଛି । ଆଗକୁ ମୌସୁମୀ ଆସିବ । ମୌସୁମୀ ଆସିବା ଆଗରୁ ପ୍ରବଳ ଗୁଳୁଗୁଳି ହୁଏ । ମୌସୁମୀ ପହଞ୍ଚିଲେ ଗରମ କମ୍ ହୁଏ ସତ କିନ୍ତୁ ଗୁଳୁଗୁଳି କମେ ନାହିଁ । ଏଣୁ ଆଗକୁ ଆହୁରି ଭୀଷଣ ଗୁଳୁଗୁଳି ହୋଇପାରେ ବୋଲି ସେ ଆକଳନ କରିଛନ୍ତି । ରବିବାର ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରହିଥିଲା । କିନ୍ତୁ ଆର୍ଦ୍ରତା ୬୯% ଛୁଇଁ ଯାଇଥିଲା । ଏଥିପାଇଁ ସକାଳୁ ୪୦ରୁ ୪୧ ଡିଗ୍ରୀ ଭଳି ତାତି(ରିଅଲ ଫିଲ୍) ଲାଗିଥିଲା। ଭୀଷଣ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରିଥିଲା । ରବିବାର ସକାଳୁ କଟକରେ ତାପମାତ୍ରା ୩୧.୬ ଡିଗ୍ରୀ ଥିଲା । କିନ୍ତୁ ଆର୍ଦ୍ରତା ୭୫%ରେ ପହଞ୍ଚି ଯାଇଥିଲା । ଏତେ ଅଧିକ ଆର୍ଦ୍ରତା ପାଇଁ ପ୍ରଚଣ୍ଡ ଗୁଳୁଗୁଳି ହୋଇଥିଲା । ୪୩ ଡିଗ୍ରୀ ଭଳି ତାତି(ରିଅଲ ଫିଲ୍) ଅନୁଭୂତ ହୋଇଥିଲା । ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥିଲା । ସକାଳ ସାଢ଼େ ୮ଟା ବେଳକୁ ପୁରୀରେ ତାପମାତ୍ରା ୩୨ ଡିଗ୍ରୀ ରହିଥିଲା । ଆର୍ଦ୍ରତା ଥିଲା ୭୯% ଥିବାରୁ ୪୫ ଡିଗ୍ରୀ ଭଳି ତାତି ଅନୁଭବ ହେଉଥିଲା । ଗରମ ଓ ଗୁଳୁଗୁଳିରେ ଲୋକେ ଅଣନିଶ୍ୱାସୀ ହୋଇଥିଲେ । ପୂରା ଉପକୂଳ ଓଡ଼ିଶାରେ ଏଭଳି ଅସ୍ୱାଭାବିକ ଗୁଳୁଗୁଳି ସ୍ଥିତି ରହିଥିଲା । ସକାଳୁ ବାଲେଶ୍ୱରରେ ୮୮%, ଅନୁଗୁଳରେ ୭୪%, ତାଳଚେରରେ ୮୦% ଆର୍ଦ୍ରତା ଥିଲା । ରବିବାର ପଶ୍ଚିମ ଓଡ଼ିଶାର ମାତ୍ର ୩ଟି ଜିଲ୍ଲାକୁ ଛାଡ଼ି ବାକି ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ସମ୍ବଲପୁରରେ ୪୦.୬, ବଲାଙ୍ଗୀରରେ ୪୦.୨ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଜୋର୍ରେ ପବନ ବହିବା ସହ ୪୦ରୁ ୫୦ କିମି ବେଗରେ ଝଟ୍କା ବି ଦେଇପାରେ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ନୂଆପଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳବାର (୨୦ ତାରିଖ)ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ବର୍ଷା ଓ ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୧, ୨୨, ୨୩ ଓ ୨୪ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଅନ୍ୟ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!