ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ଡାକ୍ତରଖାନା ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ବସନ୍ତ କୁମାର ମିଶ୍ରଙ୍କର ଗତ କାଲି ରାତିରେ ପରଲୋକ ହୋଇଛି । ସେ ତାଙ୍କ ହନୁମାନ ନଗରସ୍ଥିତ ବାସଭବନରେ ଥିବା ସମୟରେ ହୃଦଘାତ କାରଣରୁ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଖବର ପାଇ ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ତାଙ୍କ ପରଲୋକରେ ପୁଲିସ ବିଭାଗରେ ଶୋକର ଛାୟା ଖେଳି ଯାଇଛି ।







