Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଜ୍ ର ବନ୍ଦ କୋଠରୀରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
May 18, 2025
in Crime, State
ଲଜ୍ ର ବନ୍ଦ କୋଠରୀରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର
23
VIEWS
Share on FacebookShare on Twitter

ନୂଆପଡା, (ବାଘୁଆବାର୍ତ୍ତା): ନୂଆପଡା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜ୍ର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ ପଡୋଶୀ ଛତିଶଗଡ ଦୁର୍ଗ ଜିଲ୍ଲା ଭିଳାଇ ସ୍ଥିତ ଇଂସା ଗ୍ରାମର ଅମିତ ସିଂ। ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବା ନେଇ ସୂଚନା ମିଳିଛି । ନୂଆପଡ଼ା ଜିଲ୍ଲାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ରାୟପୁରର ଜଣେ ଠିକାଦାରଙ୍କ ପାଖରେ ମ୍ୟାନେଜର ଭାବରେ କାମ କରୁଥିବା ବେଳେ ଗତ ୧୫ ତାରିଖ ରାତିରେ ଆସି ରୁମ ଭଡା ନେଇ ରହୁଥିଲେ ଅମିତ ସିଂ। ଶନିବାର ସକାଳୁ ବରଗଡ଼ ଜିଲ୍ଲା ପାଇକମାଳରେ ଗାଡି ଭଡା ବାବଦକୁ ଟଙ୍କା ଆଦାୟ କରିବାକୁ ଯାଇ ରାତିରେ ରୁମ୍କୁ ଫେରି ଗେଟ ବନ୍ଦ କରି ଶୋଇଥିଲେ । ହେଲେ ସକାଳୁ ମାଲିକଙ୍କ ଫୋନ ଉଠାଇ ନଥିଲେ । ଲଜ୍ ମାଲିକ ଖବର ପାଇ କବାଟ ବାଡେଇଥିଲେ ହେଲେ ଖୋଲି ନଥିଲେ । ପରେ ସ୍କାଇ ଲାଇଟ୍ ଭାଙ୍ଗି ଦେଖିବା ବେଳକୁ ତଳେ ଅଚେତ ଅବସ୍ଥାରେ ପଡିଛନ୍ତି ଅମିତ । ପରେ ନୂଆପଡା ପୋଲିସ ସହାୟତାରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ତୁରନ୍ତ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଅନେକ ସମୟରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!