Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶା ବ୍ୟବସାୟୀ ମହାସଂଘ ତୁର୍କୀ, ଚୀନ ଓ ଆଜାରବାଇଜାନ ସାମଗ୍ରୀ ବ୍ୟାନ କଲା

by ସଞ୍ଜୟ ସ୍ୱାଇଁ
May 18, 2025
in State
ଓଡିଶା ବ୍ୟବସାୟୀ ମହାସଂଘ ତୁର୍କୀ, ଚୀନ ଓ ଆଜାରବାଇଜାନ ସାମଗ୍ରୀ ବ୍ୟାନ କଲା
11
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଓଡ଼ିଶାରେ ଆଉ ବିକ୍ରି ହେବ ନାହିଁ ତୁର୍କୀ, ଚୀନ ଓ ଆଜାରବାଇଜାନ ସାମଗ୍ରୀ । ଓଡ଼ିଶା ବ୍ୟବସାୟୀ ମହାସଂଘ ଏହି ତିନି ଦେଶର ସାମଗ୍ରୀକୁ ରାଜ୍ୟରେ ବ୍ୟାନ କରିଛନ୍ତି । ତୁର୍କୀରୁ ଆସୁଥିବା ଡାଲି ଜାତୀୟ ସାମଗ୍ରୀ, ସେଓ, ସିମେଣ୍ଟ ଆଦି ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ମହାସଂଘ । ସେହିପରି ଚୀନର ସାମଗ୍ରୀକୁ ମଧ୍ୟ ଓଡ଼ିଶାରେ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହାସହ ବ୍ୟବସାୟୀ ମହାସଂଘ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । ଅନଲାଇନ ଓ କର୍ପୋରେଟ ହାଉସକୁ ସରକାରଙ୍କ ସମର୍ଥନ ବିରୋଧରେ କଠୋର ହୋଇଛି ମହାସଂଘ । ସ୍ବଦେଶୀ ଜାଗରଣ ମଞ୍ଚ ସହ ମିଶି ଅନଲାଇନ ସାମଗ୍ରୀ ବିକ୍ରିକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନଲାଇନରେ ଯେଉଁ କମ୍ପାନୀ ନିଜ ସାମଗ୍ରୀକୁ କମ ଦରରେ ବିକ୍ରି କରୁଛନ୍ତି ଓ ଖୋଲା ବଜାରରେ ବ୍ୟବସାୟୀଙ୍କଠାରୁ ଅଧିକ ଦର ନେଉଛନ୍ତି ସେମାନଙ୍କ ସାମଗ୍ରୀକୁ ବ୍ୟାନ କରାଯିବ । କୌଣସି ଅଫଲାଇନ ଦୋକାନରେ ସଂପୃକ୍ତ କମ୍ପାନୀର ସାମଗ୍ରୀ ବିକିବେନି ବ୍ୟବସାୟୀ । ଏପରିକି ଅନଲାଇନରେ ବିଭିନ୍ନ ବ୍ୟାଙ୍କଗୁଡିକ ବିଭିନ୍ନ ସମଗ୍ରୀଗୁଡିକରେ ଅତିରିକ୍ତ ଲାଭ ଅଫର ମାଧ୍ୟମରେ ଦେଉଛନ୍ତି । ତେଣୁ ସମୃକ୍ତ ବ୍ୟାଙ୍କଗୁଡିକୁ ମଧ୍ୟ ବୟକଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ମହାସଂଘ । ସାମଗ୍ରୀ ବିକ୍ରିର ୧୪ ପ୍ରତିଶତ ଅନଲାଇନ ବ୍ୟବସାୟ ମାଧ୍ୟମରେ ହେଉଥିବା ବେଳେ ଅଫଲାଇନରେ ୮୬ ପ୍ରତିଶତ ବିକ୍ରି ହେଉଛି । ତେଣୁ କର୍ପୋରେଟ ହାଉସ ଓ ଅନଲାଇନ ବ୍ୟବସ୍ଥାକୁ ସମର୍ଥନ ଜଣାଇ ସରକାର ରାଜ୍ୟର ବ୍ୟବସାୟୀଙ୍କୁ ହଇରାଣ କରୁଥିବାରୁ ବ୍ୟବସାୟୀମାନେ ଏଭଳି କଠୋର ନିଷ୍ପତ୍ତି ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!