Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଳାଭୂମି ବୁଲିଥିଲେ ଜ୍ୟୋତି ମାଲହୋତ୍ରା, ଲିଙ୍କ୍ ନେଇ ସ୍ପଷ୍ଟୀକରଣ ରଖିଲେ ବାନ୍ଧବୀ ପ୍ରିୟଙ୍କା

by ସଞ୍ଜୟ ସ୍ୱାଇଁ
May 18, 2025
in State
ବେଳାଭୂମି ବୁଲିଥିଲେ ଜ୍ୟୋତି ମାଲହୋତ୍ରା, ଲିଙ୍କ୍ ନେଇ ସ୍ପଷ୍ଟୀକରଣ ରଖିଲେ ବାନ୍ଧବୀ ପ୍ରିୟଙ୍କା
125
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି । ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ପୁରୀରେ ରହୁଥିବା ତାଙ୍କର ବାନ୍ଧବୀ ପ୍ରିୟଙ୍କା ସେନାପତି ପୁରୀ ବୁଲିବାରେ ତାଙ୍କୁ ସହଯୋଗ କରିଥିଲେ । ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏ ସମ୍ପର୍କରେ ପୁରୀ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା । ପ୍ରିୟଙ୍କାଙ୍କ ବାପା ପୁରୀ ସ୍ୱର୍ଗଦ୍ୱାର ନିକଟରେ ଏକ ରେଷ୍ଟୁରାଣ୍ଟ କରିଥିବା ବେଳେ ପ୍ରିୟଙ୍କାର ନିଜସ୍ୱ ବ୍ୟବସାୟ ରହିଛି । ଜ୍ୟୋତିଙ୍କ ଭଳି ପ୍ରିୟଙ୍କା ମଧ୍ୟ ବିଭିନ୍ନ ସ୍ଥାନ ଭ୍ରମଣ କରି ଏହାର ଭିଡିଓ ୟୁଟ୍ୟୁବ, ଇନ୍ଷ୍ଟାଗ୍ରାମ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥାନ୍ତି । ସେ କିଛି ମାସ ତଳେ ପାକିସ୍ତାନ ଯାଇ ସେଠାରୁ ବିଭିନ୍ନ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ବିଭିନ୍ନ ଫଟୋ ଓ ଭିଡିଓରେ ପ୍ରିୟଙ୍କା ଓ ଜ୍ୟୋତି ଏକା ସାଥୀରେ ମଧ୍ୟ ନଜର ଆସିଛନ୍ତି । ଜ୍ୟୋତିଙ୍କ ଗିରଫ ପରେ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମରୁ ଜ୍ୟୋତିଙ୍କ ସହ ଥିବା ବିଭିନ୍ନ ଫଟୋ ଓ ଭିଡିଓ ଡିଲିଟ କରି ଦେଇଛନ୍ତି । ତେବେ ସେ ଇନ୍ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି । ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି । ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସିନଥାନ୍ତି । ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି । ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ ପଚାରନ୍ତି ତେବେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି । ଗତ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ବୁଲିବାକୁ ଆସିଥିବା ସମୟରେ ପ୍ରିୟଙ୍କା ତାଙ୍କ ସହ ପୁରୀର ବିଭିନ୍ନ ରେଷ୍ଟୁରାଣ୍ଟ ଓ ହୋଟେଲରେ ଏକାଠି ଫଟୋ ଉଠାଇ ପୋଷ୍ଟ କରିଥିଲେ । ଏହା ସହ ପୁରୀ ସମ୍ପର୍କିତ ବିଭିନ୍ନ ସୂଚନା ଦେଇଥିଲେ । ପୁରୀ ଏସ୍ପି ବିନୀତ ଅଗ୍ରୱାଲ କହିଛନ୍ତି, ଜ୍ୟୋତି ମାଲହୋତ୍ରା ପୁରୀ ଆସିବା ଏବଂ ପୁରୀର ପ୍ରିୟଙ୍କା ସେନାପତିଙ୍କ ସହ ସମ୍ପର୍କ ରଖିବା ଘଟଣାକୁ ପୁରୀ ପୁଲିସ ଗୁରୁତ୍ୱ ସହ ନେଇଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!