Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇକୋର୍ଟଙ୍କ ରାୟ: ପତ୍ନୀ ହୋଇପାରିବେ ସ୍ୱାମୀଙ୍କ ଆଇନଗତ ଅଭିଭାବକ

by ସଞ୍ଜୟ ସ୍ୱାଇଁ
May 18, 2025
in State
ହାଇକୋର୍ଟଙ୍କ ରାୟ: ପତ୍ନୀ ହୋଇପାରିବେ ସ୍ୱାମୀଙ୍କ ଆଇନଗତ ଅଭିଭାବକ
289
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ସ୍ୱାମୀ ଯେତେବେଳେ କୋମାରେ ଥିବେ, କୌଣସି ନିଷ୍ପତ୍ତି ନେବାକୁ ଅକ୍ଷମ ଥିବେ ସେଭଳି ସମୟରେ ପତ୍ନୀଙ୍କ ବ୍ୟତୀତ ଅନ୍ୟ କେହି ଜଣେ ଭଲ ଅଭିଭାବକ ହୋଇପାରିବେ ନାହିଁ । ସ୍ୱାମୀଙ୍କ ସହ ଜୀବନର ସବୁ ସୁଖଦୁଃଖ ବାଣ୍ଟିଥିବା,ତାଙ୍କ ଦାୟିତ୍ୱ ତୁଲାଇଥିବା ପତ୍ନୀ ଅଭିଭାବକ ଭାବେ ମାନ୍ୟତା ପାଇବା କେବଳ ଆଇନଗତ ଦୃଷ୍ଟିରୁ ନୁହେଁ, ସାମାଜିକ ଓ ନୈତିକ ଦୃଷ୍ଟିରୁ ଯଥାର୍ଥ । ତେଣୁ ପତ୍ନୀ ସ୍ୱାମୀଙ୍କର ଆଇନଗତ ଅଭିଭାବକ ହୋଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ପ୍ରସିଦ୍ଧ ସୁନା ଅଳଙ୍କାର ବ୍ୟବସାୟୀ ଇପାରୀର ମୁଖ୍ୟ ସୁରେଶ କୁମାର ଇପାରୀ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅଛନ୍ତି । ଫଳରେ ତାଙ୍କ ବ୍ୟବସାୟିକ କାର୍ଯ୍ୟ ଚାଲିପାରୁ ନାହିଁ । ଏପରିସ୍ଥଳେ ତାଙ୍କ ସ୍ୱାମୀଙ୍କ ତରଫରୁ ସମସ୍ତ କାରବାର ଚଳାଇ ରଖିବା ଲାଗି ତାଙ୍କ ପତ୍ନୀ ଇପାରୀ ସୁଷମା ଆଇନଗତ ଅଭିଭାବକ ହେବା ଲାଗି ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଇପାରୀ ସୁଷମାଙ୍କୁ ତାଙ୍କ ସ୍ୱାମୀଙ୍କ ଆଇନଗତ ଅଭିଭାବକ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇପାରୀ ସୁଷମା ତାଙ୍କ ସ୍ୱାମୀଙ୍କ ପକ୍ଷରୁ ବ୍ୟକ୍ତିଗତ, ଅର୍ଥନୈତିକ, ଆଇନଗତ, ସ୍ୱାସ୍ଥ୍ୟଗତ, ବ୍ୟାବସାୟିକ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ କରିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ବ୍ୟାଙ୍କ ଏବଂ ଅନ୍ୟ ସମସ୍ତ ସଂସ୍ଥା ଇପାରୀ ସୁଷମାଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ସ୍ୱୀକୃତି ଦେବେ ବୋଲି ହାଇକୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଯେ, ସୁରେଶ ଇପାରୀ ୨୦୨୪ ଫେବ୍ରୁଆରୀ ୨ରୁ କୋମାରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ସେ ଏବେ କଟକସ୍ଥିତ ବାସଭବନରେ ଚିକିତ୍ସାରେ ରହିଛନ୍ତି । ଏପରିସ୍ଥଳେ ତାଙ୍କ ଅଧୀନରେ ରହିଥିବା ବହୁ ବ୍ୟାବସାୟିକ କାର୍ଯ୍ୟ ପରିଚାଳନାରେ ସମସ୍ୟା ଦେଖାଦେଇଥିଲା । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ସୌମ୍ୟ ଶେଖର ପରିଡ଼ା ମାମଲା ପରିଚାଳନା କରୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!