Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍, ୨ ଗିରଫ

by ସଞ୍ଜୟ ସ୍ୱାଇଁ
May 17, 2025
in Crime, State
ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍,  ୨ ଗିରଫ
77
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ମାତିଥିଲେ ବାଇକ୍ ଚୋର ଗ୍ୟାଙ୍ଗ । ଦିନ ଦ୍ୱିପ୍ରହରରେ ଚୁନା ଲଗାଇ ବାଇକ୍ ଚୋରି କରି ନେଉଥିଲେ । ଗୋଟିଏ ଗ୍ୟାଙ୍ଗ ଏହି ବାଇକ୍ ଚୋରିରେ ଲାଗିଥିଲେ । ଲୋକଙ୍କ ନିଦ ଉଡାଇ ଦେଇଥିଲେ ଏହି ଗ୍ୟାଙ୍ଗ । ଦୀର୍ଘ ଦିନ ହେବ ପୋଲିସ ସହ ଲୁଚକାଳି ଖେଳିବା ପରେ ବାଇକ୍ ଚୋରି ରାକେଟରେ ପର୍ଦ୍ଦାଫାସ୍ ହୋଇଛି । ଏହା ସହିତ ୪୨ ଚୋରା ବାଇକ୍ ଜବତ ହେବା ସହିତ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଝାରସୁଗୁଡ଼ା ପୋଲିସ ଏକ ବାଇକ୍ ଚୋରି ରାକେଟକୁ ଧରିବାରେ ସଫଳ ହୋଇଛି l

ଏହି ରାକେଟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗରଫ କରିବା ସହ ସମ୍ପୂର୍ଣ୍ଣ ଜଙ୍ଗଲରୁ ୪୨ଟି ଚୋରା ବାଇକ୍ ଜବତ କରିଛି l ଗିରଫ ଅଭିଯୁକ୍ତ ହେଲେ ଝାରସୁଗୁଡ଼ା ପୁରୁଣାବସ୍ତି ଅଞ୍ଚଳର ସନାତନ ରୋହିଦାସ (୫୨) ଓ ସୁନ୍ଦରଗଡ ଲେଫ୍ରିପଡ଼ା ଅଞ୍ଚଳର ଅନନ୍ତ ଲୁହୁରା (୫୩) । ସୂଚନା ମୁତାବକ, ବିଗତ କିଛି ଦିନ ହେବ ବାଇକ୍ ଚୋରିକୁ ନେଇ ସହରରେ ଆତଙ୍କ ସୃଷ୍ଟି ହୋଇଥିଲା । ରାକେଟକୁ କାବୁ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ରାକେଟକୁ ଧରିବାରେ ଝାରସୁଗୁଡ଼ା ପୋଲିସ ସଫଳତା ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ଏ ନେଇ ସୂଚନା ଦେଇଛନ୍ତି । ଜବତ ହୋଇଥିବା ୪୨ଟି ବାଇକ୍ ମଧ୍ୟରୁ ୨୮ଟି ଗାଡି ନେଇ ଝାରସୁଗୁଡ଼ା ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଅନ୍ୟ ୧୪ଟି ବାଇକ୍ ବିଷୟରେ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!