ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଛି। ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଥିଲେ ସମସ୍ତେ ନିୟମିତ ବ୍ୟାୟମ ଓ ଯୋଗ କରିବା ଦ୍ଵାରା ଉଚ୍ଚ ରକ୍ତଚାପ ରୁ ଉପଶମ ମିଳିବ ବୋଲି ବକ୍ତବ୍ୟ ରଖିଥିଲେ। ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ ସୁଷମା ଖାଦ୍ୟ ଖାଇବା ଓ ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ୩୦ ବର୍ଷ ପରେ ରକ୍ତଚାପ ପରୀକ୍ଷା କରିବା ନିହାତି ଆବଶ୍ୟକ। ଏହି ସବୁ ବାର୍ତ୍ତା ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚାଇବା ନିହାତି ଆବଶ୍ୟକ। ବରିଷ୍ଟ ଚିକିତ୍ସା ତଦାରଖକାରା ଦୀପକ ଦଳବେହେରା,ସ୍ବାସ୍ଥ୍ୟ ପରିଦର୍ଶକ ମମତା ମିଶ୍ର, ମହିଳା ସ୍ବାସ୍ଥ୍ୟ କର୍ମୀ ,ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।






