Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାର ବଦଳିଲା, କାମ ଅଟକିଲା

by ସଞ୍ଜୟ ସ୍ୱାଇଁ
May 17, 2025
in State
ସରକାର ବଦଳିଲା, କାମ ଅଟକିଲା
33
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ନିର୍ବାଚନ ପୂର୍ବରୁ ଭୋଟ୍ ହାତେଇବା ପାଇଁ ହୋଇଥିଲା ଷ୍ଟ୍ରିଟ ଲାଇଟ୍ ଟେଣ୍ଡର, କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ସରକାର ବଦଳିବା ପରେ ବଦଳିଗଲା ଚିତ୍ର । ଅଧପନ୍ତରିଆ ଭାବେ କାମ ଛାଡି ଛୁ ମାରିଛି ଠିକାଦାର । ଫଳରେ ସନ୍ଧ୍ୟା ହେଲେ ଅନ୍ଧାର ହୋଇଯାଉଛି ଖଲ୍ଲିକୋଟର ରାସ୍ତାଘାଟ । ଆଲୋକିତ ହେବ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ । ସେଥିପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ରାଜ୍ୟ ସ୍ତରୀୟ ଟେଣ୍ଡର ହୋଇଥିଲା । ଖଲ୍ଲିକୋଟ୍ରେ ୬୧୦ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଲାଗି ଠିକାଦାର ନିଯୁକ୍ତ ହୋଇଥିଲେ । ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ୨୫୨ଟି ଲାଇଟ୍ ଲଗାଯାଇଛି । ରାଜ୍ୟ ସରକାର ବଦଳିବା ପରେ ଅଟକି ଯାଇଛି ଆଲୋକୀକରଣ କାମ । ଲାଗିଥିବା ଲାଇଟ୍କୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି । କେଉଁଠି ଷ୍ଟ୍ରିଟ୍ ଲାଇଟ ଉପରେ ଲଟାବୁଦା ମାଡିଗଲାଣି ତ ଆଉ କେଉଁଠି ଗଛ ଡାଳ ଆଢୁଆଳରେ ଲୁଚି ଯାଇଛି । ଖଲ୍ଲିକୋଟ୍ ବିଜ୍ଞାପିତ ଅଞ୍ଚଳ ଅନ୍ଧାରରେ ଥିବା ସମୟରେ କୋଟିକୋଟି ଟଙ୍କାର ଟେଣ୍ଡର କାହା ସ୍ୱାର୍ଥରେ ବୋଲ ପ୍ରଶ୍ନ ଉଠିଛି । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଖୋଲି ଦେଇଛି, ଷ୍ଟ୍ରିଟ୍ ଲାଇଟ୍ ଟେଣ୍ଡର ସତ । କିଏ କରିଥିଲା କାହା ସ୍ୱାର୍ଥରେ ଟେଣ୍ଡର? ସେ ବାବଦରେ କୌଣସି ତଥ୍ୟ ଗଞ୍ଜାମ ଗ୍ରାମ୍ୟ ଉନ୍ନୟନ ବିଭାଗ କି ଖଲ୍ଲିକୋଟ ଏନ୍ଏସି ପାଖରେ ନାହିଁ । ସେପଟେ ଖୁବ୍ଶୀଘ୍ର ଷ୍ଟ୍ରିଟ୍ ଲାଇଟ ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ବିଜ୍ଞାପିତ ଅଞ୍ଚଳରେ ଲୋକେ ଅନ୍ଧାରରେ ଯାତାୟତ କରୁଥିବା ବେଳେ ଆଲୋକୀକରଣ ଆଳରେ କୋଟିକୋଟି ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହୋଇଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!