Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼

by ସଞ୍ଜୟ ସ୍ୱାଇଁ
May 17, 2025
in Crime, State
ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼
43
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତ ଦୋକାନୀ ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳର ଶିବ ଶଙ୍କର ସାହୁ ବୋଲି ଜଣାପଡ଼ିଛି। ରାଉରକେଲା ଚାନ୍ଦିପୋଷ ଥାନା ତାମରା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏହି ଗୁଳିକାଣ୍ଡ। ମିଳିଥିବା ସୂଚନାନୁଯାୟୀ ଦୁର୍ବୃତ୍ତ ଦୁଇଜଣ ବାଇକ୍ରେ ଆସି ଦୋକାନୀଙ୍କୁ ଟଙ୍କା ମାଗିଥିଲେ। ଦୋକାନୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ୍ ଦୁର୍ବୃତ୍ତ ଦୁଇଜଣ ୪/୫ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ରାତି ୯ଟାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁଳିକାଣ୍ଡର ସିସିଟିଭି ଫୁଟେଜରୁ ଗୁଳିକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଛି। ପୋଲିସର ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!