Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମସ୍ୟା ଘେରରେ ବାଣୀଗୋଛା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

by ସଞ୍ଜୟ ସ୍ୱାଇଁ
May 17, 2025
in State
ସମସ୍ୟା ଘେରରେ ବାଣୀଗୋଛା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
68
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ପଶ୍ଚିମାଞ୍ଚଳର ମୂଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ବାଣୀଗୋଛା ଡାକ୍ତରଖାନା କୁ ଭଗବାନ ଭରଷା । ଏହି ଡାକ୍ତରଖାନା ଉପରେ ନୟାଗଡ଼ ଜିଲ୍ଲା ସମେତ ବଉଦ୍ ,ଫୁଲବାଣୀ ଜିଲ୍ଲାର ବହୁ ଜନସାଧାରଣ ନିର୍ଭର କରୁଥିବା ବେଳେ ,ଏହି ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ବାଧ୍ୟ ହୋଇ ରୋଗୀକୁଂ ଚିକିତ୍ସା କରୁଥିବା ଦୈଖବାକୁ ମିଳିଛି । ପୂର୍ବରୁ ଏହି ଡାକ୍ତରଖାନାରେ ଡା .ବିଶ୍ବଜିତ୍ ନାୟକ ଓ ଡା . କାଳିପ୍ରସାଦ ଷଡ଼ଙ୍ଗୀ ରହିଥିବାବେଳେ ,କିଛିଦିନ ତଳେ ଡା ନାୟକଙ୍କୁ ଦଶପଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲାବେଳେ ଏବେ ଡା . ଷଡ଼ଙ୍ଗୀ କୁଂ ଦଶପଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ଯୋଗୁଁ ବାଣୀଗୋଛା ଡାକ୍ତରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି , ନୟାଗଡ଼ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍ ମହାମାରୀ ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ ନୟାଗଡ଼ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ କେବଳ ଜଣେ ଡାକ୍ତରରେ କିମ୍ବା ଫାର୍ମାସିଷ୍ଟ କଂ ଦ୍ବାରା ଚାଲିଛି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ।ଆଦିବାସୀ ବହୁଳ ନୟାଗଡ଼ ଜିଲ୍ଲାର ଜନସାଧାରଣ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଆରୋଗ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାଆନ୍ତି । ପ୍ରତିଦିନ ଶତାଧିକ ରୋଗୀ ଡାକ୍ତରଖାନା ଆସୁଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରତିଦିନ ଜାତୀୟ ରାଜପଥ ନମ୍ବର୍ ୫୭ ଏବଂ ଅନ୍ୟାନ୍ୟ ରାସ୍ତାରେ ଘଟୁଥିବା ଛୋଟବଡ଼ ଦୁର୍ଘଟଣା ଘଟି ଆହତମାନେ ମଧ୍ୟ ଜରୁରୀ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଆରୋଗ୍ୟ କେନ୍ଦ୍ର ରେ ଜଣେ ହିଁ ଡାକ୍ତର ଅଛନ୍ତି ବୋଲି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଆସୁଥିଲା ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ସେଥିପାଇଁ ତୁରନ୍ତ ଖାଲିଥିବା ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ପଦବୀ ତୁରନ୍ତ ପୂରଣ ଦିଗରେ ପଦକ୍ଷେପ ନେବାକୁ ନୟାଗଡ଼ ଜିଲ୍ଲାର ଜନସାଧାରଣ ଦାବୀ କରିଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!