Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି କରେଇ ଦେବାକୁ କହି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଠକେଇ

by ସଞ୍ଜୟ ସ୍ୱାଇଁ
May 16, 2025
in Crime, State
ଚାକିରି କରେଇ ଦେବାକୁ କହି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଠକେଇ
144
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ୫ ଲକ୍ଷ ଦେଲେ ବ୍ୟାଙ୍କ ଚାକିରି । ୧୦ ଲକ୍ଷ ଦେଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ୍ ଚାକିରୀ । ଫସାଉଥିଲା ଆଉ ଆଶାୟୀଙ୍କୁ କଳାକନା ବୁଲାଉଥିଲା କଂସଲଟାନ୍ସି ମାଲିକ । ଏ ହେଉଛି ଶୋଭନଙ୍କ ଅଶୋଭନୀୟ କାମ । ଯାହାକୁ ନେଇ ରାଜଧାନୀରେ ଚର୍ଚ୍ଚା । କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ଖୋଲିଥିଲା ବ୍ରାଞ୍ଚ ଅଫିସ । ବିନା ଯୋଗ୍ୟତାରେ ଟଙ୍କା ଦେଇ ଆପଣ ସହଜରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ସାବଧାନ ! କାରଣ କନସଲଟାନ୍ସି ନାଁରେ ଅଫିସ ଖଣ୍ଡେ ଖୋଲି ରାଜଧାନୀରେ ମାତିଛନ୍ତି ଦଲାଲ । ଠିକ ଏଭଳି ଢଙ୍ଗରେ ୫ ଜଣଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକିନେଇଥିବା ଶୋଭନ ରଞ୍ଜନ ବେହେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଶୋଭନଙ୍କ ଘର ଏୟାରଫିଲଡ଼ ଥାନା ଅନ୍ତର୍ଗତ ଓରକଳ । ଆଇଆରସି ଭିଲେଜରେ ସଂଯୋଗ କଂସଲଟାନ୍ସି ନାମରେ ଏକ ଅଫିସ ଖୋଲି ଗତ କିଛିବର୍ଷ ହେଲା ଚାକିରୀ ନାଁ ରେ ଆଶାୟୀ ଓ ତାଙ୍କ ପରିବାର ଲୋକଙ୍କୁ ଠକି ଆସୁଥିଲା । କମ୍ପିଟେଟିଭ ପରୀକ୍ଷା ଦେଉଥିବା ବୌଦ୍ଧ ଜିଲ୍ଲାର ଦେବବ୍ରତ କର୍ଣ୍ଣଙ୍କୁ ଷ୍ଟେଟ ବ୍ୟାଙ୍କରେ ଚାକିରୀ ଦେବାକୁ କହି ୬ ଲକ୍ଷ ନେଇଯିବା ପରେ ଅଭିଯୋଗ ଆସିଥିଲା ଥାନାକୁ । କେବଳ ଦେବଦ୍ରତ ନୁହେଁ, ସମୁଦାୟ ୫ ଜଣ ୬୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ପରେ ବିଏନଏସ୍ ୧୨୩ ଧାରାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି MCA ପାଠ ପଢିଥିବା ଶୋଭନ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ମଧ୍ୟ ଖୋଲିଥିଲା ଅଫିସ । କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ହୋଟେଲରେ ମଧ୍ୟ ସମାନ ଢଙ୍ଗରେ ଚାଲିଥିଲା ଡିଲ । ମୁମ୍ୱାଇରୁ ଆସି ନିରୀହ ଓଡ଼ିଆଙ୍କୁ ଲୁଟିବାକୁ ଚାଲିଥିଲା ପ୍ଲାନ । ଇସ୍ରାଏଲରେ ଚାକିରୀ ଦେବାକୁ କହି ଆଶାୟୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଥିବା ବେଳେ ମାଡିବସିଥିଲା ଖାରବେଳନଗର ଥାନା ପୋଲିସ । ଜବତ ହୋଇଥିଲା ପୁଳାପୁଳା ରିଜ୍ୟୁମ, ଭିସା, ପାସପୋର୍ଟ ଓ ମୋବାଇଲ । ଗିରଫ ହୋଇଥିଲେ ୩ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା କେସରେ ଶୋଭନଙ୍କ ଦ୍ୱାରା ଯଦି ଆଉ କେହି ଠକେଇର ଶିକାର ହୋଇଥାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାର ଦ୍ୱାରସ୍ଥ ହେବାକୁ ନିବେଦନ କରିଛନ୍ତି ଡିସିପି । ଅନଲାଇନରେ ହେଉ ବା ଖବରକାଗଜ ନିତିଦିନ ଚାକିରୀ ପାଇଁ ବିଜ୍ଞାପନ ପ୍ରକାଶ ପାଉଛି। ଟଙ୍କା ଦେବା ପୂର୍ବରୁ ଏହାର ସତ୍ୟତା ଓ କମ୍ପାନୀର ସ୍ଥାୟୀତ୍ୱ ଯାଞ୍ଚ କରିବାର ଆବଶ୍ୟକତା ଥିବା କହିଛନ୍ତି ଡିସିପି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!