Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ପାଇଁ ମାଆକୁ ହତ୍ୟା

by ସଞ୍ଜୟ ସ୍ୱାଇଁ
May 16, 2025
in Crime, State
ପ୍ରେମ ପାଇଁ ମାଆକୁ ହତ୍ୟା
63
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ପାଳିତ କନ୍ୟା ଆଗରେ ଫିକା ପଡିଗଲା ମାଆର ମମତା । ପ୍ରେମିକ ସହ ମିଶି ନାବାଳିକା ପ୍ରସ୍ତୁତ କରିଥିଲା ମର୍ଡର ପ୍ଲଟ । ବିଭତ୍ସ ଭାବେ ହତ୍ୟା କରି ଅପମୃତ୍ୟୁର ରଚିଥିଲା ନାଟକ । ହେଲେ ଗୋଟିଏ ସନ୍ଦେହ ଖୋଲିଦେଲା ସବୁ ଗୁମର । ଥାନାରେ ମୃତ ମହିଳାଙ୍କ ଭାଇଙ୍କ ଏତଲା ଆଣିଲା ଟ୍ବିଷ୍ଟ । ତଦନ୍ତ ବେଳେ ଝିଅର କଳାକାରନାମା ଉପରୁ ପରଦା ହଟାଇଲା ପାରଳାଖେମୁଣ୍ଡି ପୋଲିସ । ମାମଲାରେ ହତ୍ୟାକରୀ ଝିଅ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନାବାଳିକାଙ୍କ ପ୍ରେମିକ ଗଣେଶ ରଥ ଓ ସହଯୋଗୀ ଦୀନେଶ ସାହୁ । ଅଭିଯୁକ୍ତଙ୍କ ନିକଟରୁ ୨୫ ଗ୍ରାମରୁ ଅଧିକ ଓଜନର ସୁନା ଗହଣା, ଦୁଇଟି ମୋବାଇଲ, ହତ୍ୟାରେ ବ୍ୟବହୃତ ତକିଆକୁ ଜବତ କରିଛି ପୋଲିସ । ହତ୍ୟା ଅଭିଯୁକ୍ତ ନାବାଳିକା ଝିଅ ଗର୍ଭବତୀ ଥିବା ସନ୍ଦେହ କରାଯାଉଛି। ଡାକ୍ତରୀ ପରୀକ୍ଷା ପରେ ନାବାଳିକାଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଯାଇଛି। ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ତିନି ମାଶର ଶିଶୁକୁ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିଥିଲେ ମହିଳା । ନିଜ ଜନ୍ମକଲା ସନ୍ତାନ ଭଳି ସବୁ ସୁଖ ଦେଇଥିଲେ । ଏପରିକି ଝିଅର ଇଂରାଜୀ ପଢିବା ଜିଦ୍ ପାଇଁ ପାରଳାଖେମୁଣ୍ଡିରେ ଭଡ଼ା ଘରେ ରହିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ହେଲେ ନାବାଳିକା ଝିଅର ଅନୈତିକ ସମ୍ପର୍କ ବିଷୟରେ ମାଆ ଜାଣିବାକୁ ପାଇ ପ୍ରତିବାଦ କରିଥିଲେ । ମା ପ୍ରତିବାଦ କରିବାରୁ ଯୋଜନା ବଦ୍ଧ ଭାବରେ ପ୍ରେମିକ ତା ସାଙ୍ଗ ସହ ମିଶି ମାକୁ ହତ୍ୟା କରି ସୁନା ଅଳଂକାର ସବୁ ନେଇ ଚାଲିଯାଇଥିଲେ । ପରେ ମାଆର ହୃଦଘାତରେ ମୃତ୍ୟୁ ଘଟିଥିବା କହି ଶବ ଦାହ କରିଥିଲା ନାବାଳିକା ଝିଅ । ହେଲେ ପ୍ରେମିକା ସହ ଚାଟିଂରୁ ହତ୍ୟା ହୋଇଥିବା ସନ୍ଦେହ କରି ମୃତଙ୍କ ଭାଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ପର୍ଦ୍ଧାଫାଶ କରିଛି। ଗତ ୨୯ ତାରିଖରେ ମାକୁ ମାରିଥିଲା ଝିଅ। ପ୍ରାୟ ୧୫ ଦିନ ପରେ ଥାନାରେ ମାମଲା ହୋଇଥିଲା। ଗତକାଲି ପୋଲିସ ହତ୍ଯାକାରୀ ଝିଅକୁ ନେଇ ସିନ ରିକ୍ରିଏସନ କରିଥିଲା।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!