ନୟାଗଡ଼,(ବାଘୁଆବାର୍ତ୍ତା): ଭୁବନେଶ୍ୱର କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଓ ଦି ଷ୍ଟୋନ ୱାଲ ଆନୁକୁଲ୍ୟରେ “ଅବ୍ୟକ୍ତ” ଏକ ଭାସ୍କର୍ୟ୍ୟ କଳା ଶିବିର ନୟାଗଡ଼ ସ୍ଥିତ ଦି ଷ୍ଟୋନ ୱାଲ ଷ୍ଟୁଡିଓରେ ଉଦ୍ଘାଟନ ହୋଇଯାଇଛି । ଉଦଘାଟନ ଉତ୍ସବରେ ଇଂ. ଦେବାଶିଷ ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର ଓ କଳିଙ୍ଗ ଚାରୁକଳା ମହବିଦ୍ୟାଳୟର ଅଧ୍ୟକ୍ଷ ତାରକାନ୍ତ ପରିଡା ଓ କଲେଜର ଅଧ୍ୟାପକ ରଘୁନାଥ ସାହୁ ଯୋଗ ଦେଇଥିଲେ ।

ଅତିଥିମାନେ ଶିବିରରେ ଭାଗ ନେଇଥିବା ବିଶିଷ୍ଟ ଶିଳ୍ପୀ ଓ ଯୁବ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ । ଏହି ଭାସ୍କର୍ୟ୍ୟ କଳା ଶିବିରରେ ଭାଗ ନେଇଥିବା କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ୩ ଜଣ ଅଧ୍ୟାପକ ବିଶ୍ୱ ରଞ୍ଜନ କର, ମନୋରଞ୍ଜନ ଦାସ, ପ୍ରଶାନ୍ତ କୁମାର ମିଶ୍ର ଓ ୧୨ ଜଣ ଛାତ୍ରଛାତ୍ରୀ ଯଥା ଅମରୋଶ ଦାସ, ସ୍ୱାତୀ ସାଗରିକା କାନ୍ଦି, ଶୁଭଲକ୍ଷ୍ମୀ ରାଉତ, ସ୍ମୃତି ରଞ୍ଜନ ସ୍ୱାଇଁ, ସନ୍ତୋଷ ଦାସ, ପୂଜାରାଣୀ ଦାସ, ଶୁଭଦୀପ ମହାରଣା, ହିମାଂଶୁ ଭୋଇ, ଏସ ଶିବା, ରୁଦ୍ର ନାରାୟଣ ବେହେରା, ସଞ୍ଜୟ କୁମାର ସାହୁ ଓ ତ୍ରିଲୋଚନ ମହାରଣା ଇତ୍ୟାଦି ପଥରରେ ବିଭିନ୍ନ ସମସାମୟିକ କଳାକୃତି ତିଆରି କରିବେ ବୋଲି ପ୍ରକାଶ କରିଛନ୍ତି ।

ପୂଜାରାଣୀ ଦାସ, ଶୁଭଦୀପ ମହାରଣା, ହିମାଂଶୁ ଭୋଇ, ଏସ.ଶିବା, ରୁଦ୍ର ନାରାୟଣ ବେହେରା, ସଞ୍ଜୟକ ମୁମାର ସାହୁ ଓ ତ୍ରିଲୋଚନ ମହାରଣା ଇତ୍ୟାଦି ପଥର ରେ ବିଭିନ୍ନ ସମସାମୟିକ କଳାକୃତି ତିଆରି କରିବେ ବୋଲି ପ୍ରକାଶ କରିଛନ୍ତି । ଏଭଳି ଏକ ନୂତନ ବା ସୁନ୍ଦର କାର୍ୟ୍ୟକ୍ରମକୁ ସ୍ଥାନୀୟ କଳା ପ୍ରେମୀମାନେ ଆୟୋଜନ ମାନଙ୍କୁ ପ୍ରଶଂସା କରିଥିଲେ । ଶେଷରେ ଶିବିରର ପରିଚାଳକ ଗୋପାଳ କୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରଟି ଆସନ୍ତା ୨୫ ତାରିଖରେ ଶେଷ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି ।







