କଟକ, (ବାଘୁଆବାର୍ତ୍ତା): ଦୁଇ ବିଜେଡି ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ବିଧାୟକ ଅନନ୍ତ ନାରାୟଣ ଜେନା ଓ ମାଧବ ଧଡ଼ାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ନିର୍ବାଚନୀ ମାମଲା ଖାରଜ ପାଇଁ ଉଭୟେ ଆବେଦନ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅଛନ୍ତି ଅନନ୍ତ ନାରାୟଣ ଜେନା । ସେପଟେ ସୋର ବିଧାୟକ ମାଧବ ଧଡ଼ାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ନିର୍ବାଚନୀ ମାମଲା ରଦ୍ଦ ପାଇଁ ମାଧବ ଆବେଦନ କରିଥିଲେ ।






