କୋରାପୁଟ, (ବାଘୁଆବାର୍ତ୍ତା): ବଜ୍ରପାତ ନେଲା ୪ ଜୀବନ । ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦ୍ବିପ୍ରହର ବେଳେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମୟରେ ବିଲ ନିକଟରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲା ପୁରା ପରିବାର । ବଜ୍ରାଘାତରେ ଆଈ, ନାତୁଣୀଙ୍କ ସହ ଯୁବକ ମୃତ୍ୟୁ ହୋଇଛି । ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ମୋହନ କାନକଟା ଗାଁରେ ଜଣେ ବିଜୁଳି ଘଡଘଡି ହେବା ଯୋଗୁଁ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ନିଜ ଦୋକାନ ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା ।






