Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁଶାନ୍ତ ଧଳ ସାମନ୍ତକୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

by ସଞ୍ଜୟ ସ୍ୱାଇଁ
May 16, 2025
in State
ସୁଶାନ୍ତ ଧଳ ସାମନ୍ତକୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ
65
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ସୁଶାନ୍ତ ଧଳସାମନ୍ତକୁ ହାଇକୋର୍ଟରୁ ଜାମିନ । ଅବନା ହତ୍ୟା ମାମଲାରେ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ତେବେ ପ୍ରତି ୧୫ ଦିନରେ ଥରେ ହାଜର ହେବାକୁ ସର୍ତ୍ତରେ ଉଲ୍ଲେଖ ରହିଛି । ନିୟମିତ ଭାବେ ନିମ୍ନ ଅଦାଲତର ଶୁଣାଣିରେ ଉପସ୍ଥିତ ରହିବାକୁ ବି ସର୍ତ୍ତରେ ନିର୍ଦ୍ଦେଶ ଅଛି । ସେପଟେ ଜାମିନ ସତ୍ତ୍ୱେ ଅନ୍ୟ ମାମଲା ଥିବାରୁ ଜେଲ୍ରୁ ମୁକୁଳି ପାରିବେନି ସୁଶାନ୍ତ । ସୂଚନାଥାଉକି, ୨୦୧୮ରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବଲାଙ୍ଗୀର ଜେଲକୁ ସୁଶାନ୍ତ ଧଳସାମନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଝାରପଡା ଜେଲରୁ ଆପରାଧିକ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଧଳସାମନ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗୀର ଜେଲକୁ ଅଣାଯାଇଥିଲା। ପରେ ବଲାଙ୍ଗୀର ଏସ୍ପି ଋଷିକେଶ ଡି. ଖିଲାରୀ ଏବଂ ୯ ବରିଷ୍ଠ ପୋଲିସ ଅଧିକାରୀ ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ବଲାଙ୍ଗୀର ଜିଲା କାରାଗାର ଭିତରେ ଚଢ଼ାଉ କରିଥିଲେ। ଜେଲର ୧୨ଟି ସେଲ, ରନ୍ଧାଘର, ଲାଟିନ, ଗାଧୁଆଘର ଓ ଅନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଚଢ଼ାଉ ବେଳେ ଜେଲ ଭିତରୁ ବିଡି, ସିଗାରେଟ, ଭାଙ୍ଗ ଭଳି ନିଶାଦ୍ରବ୍ୟ, ଦୁଇଟି ଲାଇଟର ଏବଂ ଏକ ଟ୍ରିମର ଜବତ କରାଯାଇଥିଲା। ସେହିଦିନ ଅପରାହ୍ନରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ଆସି ଘଟଣାର ସମୀକ୍ଷା କରିଥିଲେ। ଏହାପରେ ଜିଲା କାରାଗାର ଭିତରୁ ଏକ ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ଦିଆଯାଇଥିଲା। କେଉଁ ସେଲ୍ରୁ ଫୋନ ଜବତ ହୋଇଥିଲା ସେଦିନ କୁହାଯାଇ ନ ଥିଲା। ରବିବାର ସୁଶାନ୍ତ ଧଳସାମନ୍ତ ରହୁଥିବା ସେଲ୍ରୁ ଉକ୍ତ ସ୍ମାର୍ଟଫୋନ ଜବତ ହୋଇଥିବା କୁହାଯାଇଛି। ବଲାଙ୍ଗୀର ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ଉକ୍ତ ସ୍ମାର୍ଟଫୋନ ଜବତ କରି ହସ୍ତାନ୍ତର କରିଥିବା ଏବଂ ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!