Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା

by ସଞ୍ଜୟ ସ୍ୱାଇଁ
May 16, 2025
in Crime, State
ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା
96
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବିଭତ୍ସ ହତ୍ୟା। ମଶାଣି ଚଣ୍ଡୀ କମିଟି ସମ୍ପାଦକ କୁନା ବେହେରା (୪୫)ଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ଶୁକ୍ରବାର ସକାଳେ ଶବ ଜବତ କରିଛି ପୁଲିସ। ଅଟକ ଅଭିଯୁକ୍ତ ସେହି ଅଞ୍ଚଳର ଲିପୁନ ଭୋଇ ବୋଲି ପୁଲିସ କହିଛି। ସୂଚନା ମୁତାବକ, ମା’ ମଶାଣି ଚଣ୍ଡୀ ପୀଠ କମିଟି ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ କୁନା। ପୀଠ ନିକଟ ବେହେରା ସାହିରେ ତାଙ୍କ ଘର ଥିବାବେଳେ ସେ ଏକାକୀ ରହୁଥିଲେ। ପତ୍ନୀ ତାଙ୍କ ପିଲାମାନଙ୍କୁ ନେଇ ବାପଘରେ ରହୁଥିଲେ। ଦୁଇ ଦିନ ତଳେ ମଶାଣି ଚଣ୍ଡୀ ପୀଠରୁ ଲିପୁନର ବାପା ବିଷ୍ଣୁ ଭୋଇ ପଇଡ଼ ଚୋରି କରୁଥିଲା। ତାକୁ ଧରିଥିଲେ କୁନା। ବିଷ୍ଣୁକୁ ୨ ଚାପୁଡ଼ା ମାରି ଆଉ ଏମିତି ନକରିବାକୁ ଚେତାବନୀ ଦେଇଥିଲେ। ବିଷ୍ଣୁ ଘରକୁ ଫେରି ପୁଅମାନଙ୍କୁ କହିଥିଲା। ବାପାକୁ ଚାପୁଡ଼ା ମାଡ଼ ଘଟଣାକୁ ଦୁଇ ପୁଅ ବରଦାସ୍ତ କରିପାରି ନଥିଲେ। ଲିପୁନ ଓ ତା’ ଭାଇ ସିପୁନ ରାତିରେ କୁନାଙ୍କ ଘରକୁ ଯାଇଥିଲେ। ମାଡ଼ର କାରଣ ପଚାରିବାବେଳେ ଯୁକ୍ତି ତର୍କ ହୋଇଥିଲା। ଲିପୁନକୁ ବି ୨ ଚାପୁଡ଼ା ମାରିଥିଲେ କୁନା। ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ହାଣି ପକାଇଥିଲେ। ଏକାଧିକ ଚୋଟ ବାଜି କ୍ଷତାକ୍ତ ଅବସ୍ଥାରେ ଘର ଭିତରେ ପଡ଼ିଥିଲେ କୁନା। ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା। ଏହାପରେ ଲିପୁନ ଥାନାରେ ଯାଇ ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲା। ପ୍ରାଚୀର ଡେଇଁ ଯିବା ଆସିବା କରିବାବେଳେ ସେ ମଧ୍ୟ କ୍ଷତାକ୍ତ ହୋଇଥିଲା। ପୁଲିସ ତାକୁ ଚିକିତ୍ସା କରି ଅଟକ ରଖିଛି। ତା’ ବାପା ବି ଥାନାରେ ଅଟକ ଅଛି। ହତ୍ୟାରେ ଆଉ କିଏ ସମୃକ୍ତ ଅଛି ତାହାର ଛାନଭିନ କରୁଛି ପୁଲିସ। ସାଇଣ୍ଟିଫିକ ଟିମ ସହ ପୁଲିସ କ୍ରାଇମ ସ୍ପଟରେ ତଦନ୍ତ ଆରମ୍ଭ କରିଛି। ସେଠାରୁ ୩ଟି ଚାପଡ଼ ଜବତ କରାଯାଇଛି। ବ୍ୟବଚ୍ଛେଦ ନିମନ୍ତେ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!