Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ସେନାକୁ ଓଡ଼ିଶା ଯୋଗାଉଛି ‘୫ଜି’ ଡ୍ରୋନ୍

by ସଞ୍ଜୟ ସ୍ୱାଇଁ
May 16, 2025
in State
ଭାରତୀୟ ସେନାକୁ ଓଡ଼ିଶା ଯୋଗାଉଛି ‘୫ଜି’ ଡ୍ରୋନ୍
79
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଦଳିଛି ଯୁଦ୍ଧର ପରିଭାଷା । ସେନାର ପଦାତିକବାହିନୀ ଟ୍ୟାଙ୍କ୍ ଧରି ଶତ୍ରୁ ରାଷ୍ଟ୍ରର ସୀମା ଭିତରକୁ ପ୍ରବେଶ କରିବା ଆଉ ଆବଶ୍ୟକ ପଡ଼ୁନି । ମିସାଇଲ୍ ଓ ଡ୍ରୋନ୍ ଉଦ୍ଭାବନ ପରେ ଏହା ହିଁ ଆଧୁନିକ ସମୟରେ ଯୁଦ୍ଧର ବଡ଼ ସରଞ୍ଜାମ ପାଲଟିଛି । ଓଡ଼ିଶା ପାଇଁ ଗୌରବର କଥା ହେଲା, ଆମ ରାଜ୍ୟର ଷ୍ଟାର୍ଟଅପ୍ ଭାରତୀୟ ସେନାକୁ ଡ୍ରୋନ ଯୋଗାଉଛି । ଅପରେସନ ସିନ୍ଦୂରରେ ଡ୍ରୋନ୍ ହିଁ ତୁଲାଇଛି ସବୁଠୁ ବଡ଼ ଭୂମିକା । ହାଇଟେକ୍ ଡ୍ରୋନ ଯୋଗାଇ ଷ୍ଟାର୍ଟଅପ୍ ସଂସ୍ଥା ‘ଆଇଜି ଡ୍ରୋନସ୍’ ଆମ ସେନାକୁ ବଳୁଆ କରିବାରେ ତୁଲାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଆତ୍ମନିର୍ଭର ଭାରତରେ ଅଧିକରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳ ଡ୍ରୋନ୍ ନିର୍ମାଣକୁ ପ୍ରତିରକ୍ଷା ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ୨୦୨୧ରୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଆମ ରାଜ୍ୟର ଆଇଜି ଡ୍ରୋନ୍ସ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେଉଥିବା ଭର୍ଟିକାଲ୍ ଟେକ୍ ଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ (ଭିଟିଓଏଲ୍) ଓ ଫାଷ୍ଟ ପର୍ସନ୍ ଭିଉ (ଏଫ୍ପିଭି) ଡ୍ରୋନ୍ ଭାରତୀୟ ସେନାକୁ ଯୋଗାଇ ଦିଆଯାଉଛି । ଭାରତର ପ୍ରଥମ ‘୫ଜି’ ଡ୍ରୋନ ନିର୍ମାଣ କରି ଆଇଜି ଡ୍ରୋନସ୍ ବେଶ୍ ସୁନାମ ଅର୍ଜନ କରିଛି । ମେଡ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ରତିରକ୍ଷା ବିଭାଗ ଦେଶ ଭିତରେ ବିକଶିତ ଡ୍ରୋନକୁ ସେନାରେ ସାମିଲ କରୁଛି । ଏହି ଡ୍ରୋନ୍ଗୁଡ଼ିକ ପ୍ରତିକୂଳ ପରିସ୍ଥିତିରେ ଆଶାଠୁ ଅଧିକ ଫଳ ଦେଉଛି । ସୀମାରେ ସୁରକ୍ଷା ବଢ଼ାଇବା କ୍ଷେତ୍ରରେ ଡ୍ରୋନର ଭୂମିକା ଏବେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ଆଇଜି ଡ୍ରୋନସ୍ ପକ୍ଷରୁ ତିଆରି ଡ୍ରୋନ୍ ପ୍ରତିରକ୍ଷା ଛଡ଼ା ଅନ୍ୟ ସେବାରେ ମଧ୍ୟ ନିୟୋଜିତ ହେଉଛି । ସର୍ଭେ, ମ୍ୟାପିଂ ଓ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା ଡ୍ରୋନ ଦ୍ୱାରା ଅନୁଧ୍ୟାନ କାମ ମଧ୍ୟ କରାଯାଉଛି । ଭାରତୀୟ ସେନା, କେନ୍ଦ୍ର ସରକାର, ବହୁ ରାଜ୍ୟ ସରକାର ଡ୍ରୋନ୍ ଯୋଗାଣ ପାଇଁ ଆଇଜି ଡ୍ରୋନସ ସହ ଚୁକ୍ତି କରିଛନ୍ତି । ଏହାଛଡ଼ା ଭାରତୀୟ ରେଳବାଇ, କୋଲ ଇଣ୍ଡିଆ, ଏନଏଚ୍ଏଆଇ, ଓଏମ୍ସି, ଇଡକୋ, ଓବିସିସି, ଆଦାନୀ, ଆଦିତ୍ୟ ବିର୍ଲା, ଇଣ୍ଡିଆନ ଅଏଲ ଭଳି ନାମୀଦାମୀ ସଂସ୍ଥା ମଧ୍ୟ ଆଇଜି ଡ୍ରୋନସର ଗ୍ରାହକ ଅଛନ୍ତି । ଜଗା, ସ୍କାଏହକ୍, ଡେଲଟା ୪୦୦ ଓ କିଷାନ ନାଁରେ ୪ ପ୍ରକାର ଡ୍ରୋନ୍ ନିର୍ମାଣ କରୁଛି ଷ୍ଟାର୍ଟଅପ୍ ଆଇଜି ଡ୍ରୋନସ୍ । ଏ ସମ୍ପର୍କରେ ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ବୋଧିସତ୍ତ୍ୱ ସଂଘପ୍ରିୟ କହିଛନ୍ତି ଯେ ଭାରତ ମାତାର ସେବା ପାଇଁ ଆଇଜି ଡ୍ରୋନ୍ସ ସଂକଳ୍ପବଦ୍ଧ । ଆମର ଶତାଧିକ ସଂସ୍ଥା ସହ ସଂପର୍କ ରହିଛି । ଗୁଣାତ୍ମକ ମାନର ଡ୍ରୋନ୍ ଯୋଗାଣରେ ଆମେ ବେଶ୍ ଆଗରେ ଅଛୁ । ଓଡ଼ିଶାର ଡ୍ରୋନ୍ ଷ୍ଟାର୍ଟଅପ୍ ଆନାଡ୍ରୋନ୍ ସିଷ୍ଟମ୍ସ ମଧ୍ୟ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାକୁ ଡ୍ରୋନ୍ ଯୋଗାଉଛି । ବନ୍ଭି ଏରୋ ମଧ୍ୟ ଡ୍ରୋନ୍ ନିର୍ମାଣରେ ସଫଳତା ପାଇଛି । କୃଷିକ୍ଷେତ୍ରରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ସବୁଠି ଏବେ ଡ୍ରୋନର ଚାହିଦା କାହିଁରେ କଣ? ବିଶ୍ୱ ବଜାରରେ ଭାରତୀୟ ଡ୍ରୋନର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ମେକ୍ ଇନ ଇଣ୍ଡିଆରେ ଦେଶରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ବଢ଼ିବା ସହ ରପ୍ତାନୀ ମଧ୍ୟ ବଢ଼ୁଛି । ୨୦୨୪-୨୫ରେ ୨୪ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ ଭାରତ ରପ୍ତାନୀ କରିଥିଲା ବେଳେ ୨୦୨୯ ସୁଦ୍ଧା ଏହା ୫୦ ହଜାର କୋଟିକୁ ଛୁଇଁବ । ୨୦୪୭ ସୁଦ୍ଧା ଭାରତ ବିଶ୍ୱର ସବୁଠୁ ଅଧିକ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିବ । ଏଥିରେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନର ବଡ଼ ଭୂମିକା ରହିବ ବୋଲି ଆକଳନ କରାଯାଇଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!