Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଉରକେଲା ଜିମ୍ନାଷ୍ଟିକ କେନ୍ଦ୍ର ମୁଖ୍ୟ କୋଚଙ୍କ ନାମରେ ସଙ୍ଗୀନ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
May 15, 2025
in State
ରାଉରକେଲା ଜିମ୍ନାଷ୍ଟିକ କେନ୍ଦ୍ର ମୁଖ୍ୟ କୋଚଙ୍କ ନାମରେ ସଙ୍ଗୀନ ଅଭିଯୋଗ
24
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ନେଇ ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଏବଂ ପ୍ରଶିକ୍ଷଣ କେନ୍ଦ୍ରମାନ ପ୍ରତିଷ୍ଠା କରିଛନ୍ତି । କିନ୍ତୁ ତୃଣମୂଳ ସ୍ତରର ପ୍ରଶିକ୍ଷଣ କେନ୍ଦ୍ରରେ କୋଚମାନଙ୍କ ବିଶୃଙ୍ଖଳିତ ଆଚରଣ କୁନି କୁନି ପିଲାମାନଙ୍କୁ କ୍ରୀଡ଼ା ପ୍ରତି ବିମୁଖ କରାଉଛି । ଏମିତି କିଛି ଅଭିଯୋଗ ଆସିଛି ରାଉରକେଲା ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ଥିବା ଗ୍ରାସ୍ରୁଟ୍ ଜିମ୍ନାଷ୍ଟିକ କେନ୍ଦ୍ରର ମୁଖ୍ୟ କୋଚ୍ ରମେଶ ବେହେରାଙ୍କ ନାମରେ । କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଜଣେ ଜିମ୍ନାଷ୍ଟଙ୍କ ଅଭିଭାବକ ଏନେଇ ଓଡ଼ିଶା ଜିମ୍ନାଷ୍ଟିକ ସଂଘର ସମ୍ପାଦକ ଅଶୋକ କୁମାର ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ମୁଖ୍ୟ କୋଚ୍ଙ୍କ ବ୍ୟବହାରରେ ପିଲାମାନେ ଅତିଷ୍ଠ ହୋଇ ପଡ଼ିଲେଣି । କେନ୍ଦ୍ର ମଧ୍ୟକୁ ଅଭିଭାବକମାନଙ୍କୁ ପ୍ରବେଶ ଅନୁମତି ନଥିବାବେଳେ ନିଦ୍ଦିଷ୍ଟ ଜଣେ ମହିଳାଙ୍କୁ କିନ୍ତୁ ପ୍ରବେଶ ଅନୁମତି ଦିଆଯାଉଛି । ସେ ବିଭିନ୍ନ କଥାରେ ମୁଣ୍ଡ ପୂରାଉଛନ୍ତି । ଏନେଇ ଅଭିଯୋଗ କରିବା ପରେ ମୁଖ୍ୟ କୋଚ ପିଲାମାନଙ୍କୁ ନିର୍ଯାତନା ଦେଉଛନ୍ତି । ଯେଉଁଥିପାଇଁ ପିଲାମାନେ ଭୟରେ ଅଭ୍ୟାସ କରିବାକୁ ଯାଉ ନାହାନ୍ତି । ଯଦିଓ ଏ ସଂପର୍କରେ ଓଡ଼ିଶାର ମୁଖ୍ୟ କୋଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ମାତ୍ର କିଛି ଫଳ ମିଳି ନାହିଁ । ଏମ୍ଏନ୍ଏସ ସ୍ପୋର୍ଟ୍ସ ଜିମ୍ନାଷ୍ଟିକ କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ରହିଛି । ଲିଖିତ ଅଭିଯୋଗ ପରେ ବୁଧବାର ଏମ୍ଏନ୍ଏସର ପ୍ରୋଜେକ୍ଟ ମ୍ୟାନେଜର ରାଉରକେଲା ଗସ୍ତ କରି ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଗୁରୁବାର ଅଭିଯୋଗ ସଂପର୍କରେ ଆଲୋଚନା ହେବ ବୋଲି ଜଣା ପଡ଼ିଛି । ରାଜ୍ୟ ସରକାର କ୍ରୀଡ଼ାର ବିକାଶ ନେଇ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କିଛି ବିଶୃଙ୍ଖଳିତ ବ୍ୟକ୍ତି ସରକାରଙ୍କ ଉଦ୍ଦେଶ୍ୟକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବାଟବଣା କରୁଛନ୍ତି । କ୍ରୀଡ଼ା ବିଭାଗ ଏ ଦିଗରେ ଦୃଷ୍ଟି ଦେବା ଉଚିତ । ଅଭିଯୋଗର ତଦନ୍ତ କରି ମୁଖ୍ୟ କୋଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!