Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍ ଧକ୍କାରେ ବିଶିଷ୍ଟ ସମାଜସେବୀଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
May 15, 2025
in State
ବାଇକ୍ ଧକ୍କାରେ ବିଶିଷ୍ଟ ସମାଜସେବୀଙ୍କ ମୃତ୍ୟୁ
36
VIEWS
Share on FacebookShare on Twitter

ବେତନଟୀ, (ବାଘୁଆବାର୍ତ୍ତା): ୧୮ନଂ ଜାତୀୟରାଜପଥ ତାରାକୋଟି ବଡ଼ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗାମୀ ମୋଟର ସାଇକେଲ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ବୃଦ୍ଧ ଜଣକ ବେତନଟୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ୭୫ ବର୍ଷୀୟ ନବ କୁମାର ନାୟକ ବୋଲି ଜଣାପଡ଼ିଛି । ତାଙ୍କ ଜୀବନକାଳରେ ଏକ ହଜାରରୁ ଉର୍ଦ୍ଧ୍ୱ ଶବ ସଂସ୍କାର କରି ବେତନଟୀ ସମେତ ଆଖପାଖ ଅଞ୍ଚଳରେ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ନବ କୁମାର ନାୟକ । ସୂଚନା ମୁତାବକ, ବିଶିଷ୍ଟ ସମାଜସେବୀ ଭାବରେ ବେତନଟୀ ତଥା ଆପାଖ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିବା ବେତନଟୀ ଉପକଣ୍ଠ ବାହାନଡା ଗ୍ରାମର ନବ କୁମାର ନାୟକ ପ୍ରତ୍ୟେକ ଥର ଭଳି ଗୁରୁବାର ସକାଳେ ଦାନ୍ତିଆମୁହାଁ ସାପ୍ତାହିକ ହାଟକୁ ସାଇକେଲ ଯୋଗେ ଯାଉଥିଲେ । ଏହି ସମୟରେ ଓଡି -୧୧ଏଏଚ -୮୯୪୮ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଚାଳକ ଜଣକ ଅତ୍ୟନ୍ତ ଦ୍ରୁତଗତିରେ ଏବଂ ବେପରୁଆ ଭାବରେ ଆସି ନବକୁମାର ନାୟକଙ୍କୁ ଧକ୍କା ଦେଇଥିଲା । ବାଇକ୍ ଧକ୍କାରେ ନବକୁମାର ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ନହଣ୍ଡାଶୋଳ ଗ୍ରାମର ଜଗା ମହାନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ନବ କୁମାରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ବେତନଟୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବେତନଟୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ଦୁର୍ଘଟଣା ଜନିତ ମାମଲା ରୁଜୁ କରି ମୃତଦେହ ଜବତ ପୂର୍ବକ ତଦନ୍ତ ଆରମ୍ଭ କରିଛି । ୭୫ବର୍ଷୀୟ ନବକୁମାର ନାୟକ ତାଙ୍କ ଜୀବନକାଳରେ ଏକ ହଜାରରୁ ଉର୍ଦ୍ଧ୍ୱ ଶବ ସଂସ୍କାର କରି ବେତନଟୀ ସମେତ ଆଖପାଖ ଅଞ୍ଚଳରେ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ନବକୁମାରଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ନିମନ୍ତେ ବେତନଟୀ ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇପଡ଼ିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!