Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ‘ଭାର୍ଗବାସ୍ତ୍ର’: ଆକାଶରେ ଧ୍ଵଂସ କରିବ ଶତ୍ରୁ ଡ୍ରୋନ୍

by ସଞ୍ଜୟ ସ୍ୱାଇଁ
May 15, 2025
in State
ଭାରତର ‘ଭାର୍ଗବାସ୍ତ୍ର’: ଆକାଶରେ ଧ୍ଵଂସ କରିବ ଶତ୍ରୁ ଡ୍ରୋନ୍
59
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଦେଶରେ ଡ୍ରୋନ୍ ଆକ୍ରମଣର ବର୍ଦ୍ଧିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ବିକଶିତ କରିଛି ସ୍ୱଦେଶୀ କୌଶଳରେ ନିର୍ମିତ କାଉଣ୍ଟର୍ ସ୍ୱାର୍ମ ଡ୍ରୋନ୍ ସିଷ୍ଟମ୍ ‘ଭାର୍ଗବାସ୍ତ୍ର’ । ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ଗୋଳାବନ୍ଧ ଆର୍ମି ଏଡି କଲେଜର ବେଳାଭୂମି ନିକଟ ଫାୟାରିଂ ରେଞ୍ଜ୍ରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ସମୟରେ ଏହି ସିଷ୍ଟମ୍ ୨.୫ କିଲୋମିଟର ରେଞ୍ଜ୍ ଓ ୪୦୦ ମିଟର ଉଚ୍ଚତାରେ ଗତି କରି ଲକ୍ଷ୍ୟକୁ ସଠିକ୍ ଭେଦ କରିବାରେ ସମର୍ଥ ହୋଇଥିଲା । ଡ୍ରୋନ୍ ଆକ୍ରମଣର ପ୍ରତିକାର ଦୃଷ୍ଟିରୁ ଏହାକୁ ଏକ ଘାତକ ଅସ୍ତ୍ର ଭାବେ ବିକଶିତ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ କମ୍ପାନୀ ସୋଲାର୍ ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍ ଲିମିଟେଡ୍ (ଏସ୍ଡିଏଏଲ୍) ଦ୍ୱାରା ଏହି ପରୀକ୍ଷଣ ହୋଇଥିଲା। ଏହି ସିଷ୍ଟମ୍ ସ୍ୱଦେଶୀ ମାଇକ୍ରୋ-ମିସାଇଲ୍ ଟେକ୍ନୋଲୋଜି ଆଧାରିତ ଓ ଏକକାଳୀନ ଡ୍ରୋନ୍ ସମୂହ (ସ୍ୱାର୍ମ)କୁ ଆକାଶରେ ହିଁ ନଷ୍ଟ କରିବାରେ ସକ୍ଷମ । ଡ୍ରୋନ୍ ସ୍ୱାର୍ମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ଜରିଆରେ ଯୁଦ୍ଧକ୍ଷେତ୍ରରେ ପରିବର୍ତ୍ତିତ ସ୍ଥିତି ଓ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ଲକ୍ଷ୍ୟଭେଦ କରିବାର କ୍ଷମତା ଏହାର ରହିଛି । ‘ଭାର୍ଗବାସ୍ତ୍ର’କୁ ବହୁସ୍ତରୀୟ ପ୍ରତିରକ୍ଷା ଦକ୍ଷତା ସହ ବିକଶିତ କରାଯାଇଛି । ଏହାର ପ୍ରଥମ ସ୍ତରରେ ୨୦ ମିଟର ପର୍ଯ୍ୟନ୍ତ ଘାତକ ରେଡିଅସ୍ ସହ ଅନ୍ଗାଇଡେଡ୍ ମାଇକ୍ରୋ ମିସାଇଲ୍ (ରକେଟ୍) ଛଡ଼ାଯାଇଥାଏ । ଏହା ୨.୫ କିମି ମଧ୍ୟରେ ଡ୍ରୋନ୍ ସ୍ୱାର୍ମକୁ ନିରସ୍ତ୍ର କରିବାକୁ ସକ୍ଷମ । ଦ୍ୱିତୀୟସ୍ତରରେ ଗାଇଡେଡ୍ ମାଇକ୍ରୋ ମିସାଇଲ୍ ଛଡ଼ାଯାଇଥାଏ ଯାହା ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରି ଶତ୍ରୁର ଆକ୍ରମଣକୁ ପ୍ରତିରୋଧ କରିଥାଏ । ଆହୁରି ମଧ୍ୟ ଏଥିରେ ଶତ୍ରୁପକ୍ଷର ଡ୍ରୋନ୍କୁ ଜାମ୍ କରିବା, ଲକ୍ଷ୍ୟରୁ ବିଭ୍ରାନ୍ତ କରିବାର ବ୍ୟବସ୍ଥା ମଧ୍ୟ ବିକଶିତ କରାଯାଇଛି । ଭାରତର ଏହି ସ୍ୱଦେଶୀ ବ୍ୟବସ୍ଥା ୬ରୁ ୧୦ କିମି ଦୂରତା ମଧ୍ୟରେ ଆକାଶ ମାର୍ଗରୁ ଆସୁଥିବା ଛୋଟ ଛୋଟ ବିପଦକୁ ରାଡାର୍ ଭଳି ଚିହ୍ନଟ କରିପାରିବ । ସେହିପରି ଲୋ-ରାଡାର୍ କ୍ରସ୍ ସେକ୍ସନ୍ ଡ୍ରୋନ୍ଗୁଡ଼ିକୁ ଚିହ୍ନଟ କରିବାକୁ ଏଥିରେ ଇଓ/ଆଇଆର୍ ସେନ୍ସର୍ ଖଞ୍ଜାଯାଇଛି । ‘ଭାର୍ଗବାସ୍ତ୍ର’କୁ ଉଚ୍ଚ ପାହାଡ଼ ସମେତ ଭିନ୍ନ ଭିନ୍ନ ଭୌଗୋଳିକ କ୍ଷେତ୍ରରେ ନିୟୋଜିତ କରିହେବ । ଏପରିକି ଏହାର ସେନ୍ସର୍ ଓ ଲଞ୍ଚର୍କୁ ଅଲଗା ଅଲଗା କରି ନେଇ ଯୁଦ୍ଧକ୍ଷେତ୍ରରେ ଏକାଠି ଖଞ୍ଜି ପ୍ରୟୋଗ କରିହେବ । ନେଟ୍ୱର୍କ କୈନ୍ଦ୍ରିକ ୱାର୍ଫେୟାର୍ ସିଷ୍ଟମ୍ ଅନୁରୂପ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂଚନା ମୁତାବକ ବରିଷ୍ଠ ସାମରିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ସିଷ୍ଟମ୍ର ପରୀକ୍ଷଣ ସମୟରେ ମୋଟ ୩ଟି ଟ୍ରାଏଲ୍ କରାଯାଇଥିଲା । ସେଥିରୁ ଦୁଇ ଥର ଗୋଟିଏ ଲେଖାଏଁ ମିସାଇଲ୍ ଫାୟାର୍ କରାଯାଇଥିଲା । ତୃତୀୟ ଥର ମାତ୍ର ୨ ସେକଣ୍ଡ୍ରେ ଦୁଇଟି ମିସାଇଲ୍ (ସଲ୍ଭୋ ଫାୟାର୍ ମୋଡ୍) ଛଡ଼ାଯାଇଥିଲା । ସମସ୍ତ ପରୀକ୍ଷଣରେ ଏହି ସିଷ୍ଟମ ସଫଳ ପ୍ରଦର୍ଶନ କରିଛି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!