ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ରଣପୁରର ରାଜସୁନାଖଳା ଠାରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂରକୁ ସମର୍ଥନ ଜଣାଇ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ରଣପୁର ନାଗରିକ ସମାଜ, ବରିଷ୍ଠ ନାଗରିକ ସଂଘ, ବିବେକାନନ୍ଦ ପାଠାଗାର, ବରିକ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ଶତାଧିକ ମହିଳା ସାମିଳ ହୋଇଥିଲେ । ଆଜି ଅପରାହ୍ନ ୪.୦୦ ଟା ସମୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ରାଜସୁନାଖଳା ବସଷ୍ଟାଣ୍ଡ ଠାରୁ ବାହାରି ଦକ୍ଷୀଣକାଳୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତମାତା କି ଜୟ ନାରା ଦେଇ ଭାରତୀୟ ସେନା କୁ ଦୃଢ଼ ସମର୍ଥନ ଜଣାଇଥିଲେ ।

ଏହି ଶୋଭାଯାତ୍ରାେ ୧୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା । ୧୨୦ ମିଟର ଲମ୍ବର ତ୍ରିରଙ୍ଗା ପତାକା ଧରି ବହୁ ସଂଖ୍ୟାରେ ଯୁବଗୋଷ୍ଠୀ, ମହିଳା ତଥା ନାଗାରିକ ସମାଜ ସାହି ପରିକ୍ରମା କରି ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ବରେ ସ୍ଥାନୀ ୟସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ସଭାରେ ବାଚସ୍ପତି ସୁରମା ପାଢ଼ୀ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ସଭାରେ ବାଚସ୍ପତି ସୁରମା ପାଢ଼ୀ ପ୍ରଧାନମନ୍ତ୍ରୀ ମାତୃ ଜାତି ପ୍ରତି ରହିଥିବା ଗଭୀର ସମ୍ବେଦନ ତଥା ଦେଶର କନ୍ୟାର ସିନ୍ଦୂରର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାସିଙ୍କ ସୁରକ୍ଷା, ଦେଶର ଏକତା ଏବଂ ସାର୍ବ ଭୌମତ୍ୱ ପ୍ରତି ରହିôତବା ପ୍ରତିବଦ୍ଧତାର ପରିଣାମ ଅପରେସନ ସିନ୍ଦୂର ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତ ସେନାବାହିନୀର ସମନ୍ୱୟ ଏବଂ ଦେଶ ସାମରିକ କୌଶଳରେ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ବୋଳି ପ୍ରମାଣ ଦର୍ଶାଇ ପ୍ରଧାନମନ୍ତ୍ରୀ ଓ ସୈନ୍ୟବାହିନୀଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ । ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ, ରଣପୁରର ଯୁବ ସମାଜ ରଘୁ ଦିବାକରଙ୍କ ଦାୟତ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତଙ୍କବାଦର ମୂଳୋତ୍ପାଟନ ସଙ୍କଳ୍ପ ସହିତ ଅଛନ୍ତି ବୋଲି କହିଥବଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୟନ୍ତ ନାୟକ, ପରେଶ ମିଶ୍ର, ଚନ୍ଦ୍ର ବିଜୟୀ ମିଶ୍ର, ସନ୍ୟାସୀ ନାୟକ, ତପନ ପ୍ରଧାନ, ଭୁବନେଶ୍ୱରୀ ସାହୁ, ଶିଶିର ସାହୁ, ନିର୍ମଳ କୁମାର ମତ୍ତଗଜସିଂହ ପ୍ରମୁଖ ବ୍ୟକ୍ତି ବିଶେଷ ଅଖଣ୍ଡତା କାଏମ ରଖିବା ନେଇ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।





