ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ପରିସରରେ ନୂତନ ଆଇନ ବ୍ୟବସ୍ଥାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦରଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରିଦାଶପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଦୂତିବାମନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ସଦରଥାନା ଅଞ୍ଚଳର ବିଭିନ୍ନ ଗାଁ ମୁଖିଆ, ସମାଜସେବୀ, ବରିଷ୍ଠ ନାଗରିକ ଏହି ବୈଠକରେ ସାମିଲ ହୋଇଥିଲେ । ସଦରଥାନାର ଏସ୍ଆଇ ଦୁର୍ଯ୍ୟୋଧନ ପଲେଇ, ଏଏସଆଇ ପ୍ରଶାନ୍ତ ରେଡ୍ଡୀ, ସନ୍ତୋଷ କୁମାର ପ୍ରଧାନ, ପ୍ରତାପ କୁମାର ପାହାଡ଼ସିଂ, ପ୍ରଭାଶ ଶବର, ସୁକାନ୍ତି ରାଉତରାୟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।







