ନୟାଗଡ଼, (ବାଘୁଆବାର୍ତ୍ତା): ବିଜୁ ଜନତା ଦଳ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସି ସଭାପତି ତାଲିକା ପ୍ରକାଶ ପାଇଛି । ବିଜୁ ଜନତା ଦଳ ନୟାଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ଗଙ୍ଗାଧର ପଣ୍ଡାଙ୍କ ଦ୍ୱାରା ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନୟାଗଡ଼ ବ୍ଲକ ସଭାପତି ଭାବେ ଅଜିତ ପ୍ରସାଦ ସାହୁ, ଓଡ଼ଗାଁ ବ୍ଲକ ସଭାପତି ଭାବେ ନିତ୍ୟାନନ୍ଦ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ଭାପୁର ବ୍ଲକ ସଭାପତି ଭାବେ ଶିବ ପ୍ରସାଦ ଷଡ଼ଙ୍ଗୀ, ଦଶପଲ୍ଲା ବ୍ଲକ ସଭାପତି ଭାବେ ସୁଦାମ ଚରଣ ନାୟକ, ନୂଆଗାଁ ବ୍ଲକ ସଭାପତି ଭାବେ ଯୁଗଳ କିଶୋର ସାହୁ, ଗଣିଆ ବ୍ଲକ ସଭାପତି ଭାବେ ସଦାଶିବ ମିଶ୍ରଙ୍କୁ ଚୟନ କରାଯାଇଛି । ସେହିଭଳି ଭାବେ ଓଡ଼ଗାଁ ଏନଏସି ସଭାପତି ଭାବେ ମନୋଜ ପାତ୍ର, ରଣପୁର ଏନଏସି ସଭାପତି ଭାବେ ଲିଙ୍ଗରାଜ ନାୟକ, ଖଣ୍ଡପଡ଼ା ଏନଏସି ସଭାପତି ଭାବେ ମିହିର କୁମାର ମିଶ୍ର, ଦଶପଲ୍ଲା ଏନଏସି ସଭାପତି ଭାବେ ଅନୀଲ କୁମାର ରାୟଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦିଆଯାଇଛି ।






