ଭୁବନେଶ୍ୱର,(ବାଘୁଆବାର୍ତ୍ତା): ୨୦୧୫ ମସିହାର ଏକ ନାଵାଳିକା ଦୁଷ୍କର୍ମ ମାମଲାରେ ଆଜି ଜିଲ୍ଲା ଅତିରିକ୍ତ ଦୈରାଜଜ ଦୋଷୀକୁ ୧୨ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି। ସୂଚନା ଅନୁସାରେ ବଡଚଣା ଥାନା ଅନ୍ତର୍ଗତ ବୈରୀ ଫାଣ୍ଡି ଅଞ୍ଚଳର ସମରପଲୁ ଗ୍ରାମରେ ୨୦୧୫ ସେପ୍ଟେମ୍ବର ୧୭ ତାରିଖରେ ଜୈନିକା ନାବାଳିକାଙ୍କୁ ଉକ୍ତ ଗ୍ରାମର ଯୁବକ ସଞ୍ଜୟ ବାଂଙ୍କିରା(୨୫) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଉକ୍ତଦିନ ବିଶ୍ବକର୍ମା ପୂଜା ସହ ଗଣେଶ ପୂଜା ପାଳନ କରାଯାଉଥିଲା। ତେଣୁ ଗାଁରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ପୀଡିତାଙ୍କ ପରିବାର ଲୋକ ସାମିଲ ହୋଇଥିବା ବେଳେ ପୀଡିତା ଘରେ ଏକା ଶୋଇଥିଲେ। ଏହାର ସୁଯୋଗ ନେଇ ସଞ୍ଜୟ ପୀଡିତାଙ୍କୁ ଉଠାଇ ନେଇ ଘର ପଛ ବାଡିରେ ଦୁଷ୍କର୍ମ କରିଥିଲା। ପରଦିନ ସକାଳୁ ନାବାଳିକାର ପରିବାର ଲୋକ ଏନେଇ ଜାଣି ପାରିବା ପରେ ୧୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ କେସ ନମ୍ବର ୧୨୪/୨୦୧୫ ଦଫା ୩୭୬ ଦୁଇ(ଏଫ୍) ଓ ୬ ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭୁଯୁକ୍ତଙ୍କୁ ଗିରଫ କରିଥିଲା।




