Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ୩ ଗିରଫ

by ସଞ୍ଜୟ ସ୍ୱାଇଁ
May 14, 2025
in Crime, State
ମାନସ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ୩ ଗିରଫ
52
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ନୂଆପଡ଼ା ସଦର ମହକୁମା ଶିବଶକ୍ତି ନଗରର ମାନସ ତ୍ରିପାଠୀ (୩୦)ଙ୍କ ମୃତଦେହ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କଶେକେରା ଗାଁର ଏକ ଚାଷ ଜମିରୁ ଶୁକ୍ରବାର ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସୋମବାର କୋମାଖାନ ପୋଲିସ ଜଣେ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡ଼ା ମହୁଲଭଟାର ପର୍ଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡତୋରର ସରୋଜ ଦଣ୍ଡସେନା (୨୪) ଓ ଅନ୍ୟ ଜଣେ ନାବାଳକ।ଦାଦାବଟି ପାଇଁ ମାନସଙ୍କୁ ଅପହରଣ ପରେ ଅଭିଯୁକ୍ତ ମାନେ ହତ୍ୟା କରିଛନ୍ତି ବୋଲି ଛତିଶଗଡ ପୋଲିସ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଗତ ମେ ୮ରେ ମାନସ ନିଖୋଜ ଥିବା ନେଇ ନୂଆପଡ଼ା ସଦର ଥାନାରେ ଅଭିଯୋଗ ହୋଇଥିଲା। ମାନସ ଫର୍ମାସୀ ପଢି ଆଖପାଖ ଗାଁରେ ରୋଗୀସେବା କରୁଥିଲେ। ଗତ ଏପ୍ରିଲ ୨୩ରେ ଛତିଶଗଡ ମହାସମୁନ୍ଦ ଜିଲା ପିଥୋରାରେ ମାନସ ବିବାହ କରିଥିଲେ। ୮ ତାରିଖ ସନ୍ଧାରେ ମାନସ ରୋଗୀସେବା କରିବାକୁ ଯାଇ ଘରକୁ ଫେରି ନ ଥିଲେ। ୯ରେ ତାଙ୍କ ମୃତଦେହ କୋମାଖାନ ଥାନା କଶେକେରା ଗାଁ ନିକଟରୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ଏ ନେଇ କୋମାଖାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପ୍ରଥମେ ମହୁଲଭଟା ଗାଁର ପର୍ଶୁଙ୍କୁ ଗିରଫ କରିଥିଲା। ପରେ ତାଙ୍କ ବୟାନ ଆଧାରରେ ସରୋଜ, ଗଣପତଙ୍କୁ ଗିରଫ କରିଥିଲା। ଏହାସହ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଧରିଥିଲା। ଗତ ୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ମାନସଙ୍କୁ ଡକାଇ ଏକ ଚାରିଚକିଆ ଗାଡି (ଓଡି-୨୬ଏ୨୭୦୦)ରେ ଅପହରଣ କରି ନେଇଥିଲେ। ସେମାନେ କୋମାଖାନ ନେଇ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ମାନସଙ୍କ ଖାତାରେ ୯ ହଜାର ଟଙ୍କା ଥିଲା। ଏଥିରେ ଅପହରଣକାରୀଙ୍କ ଉଦ୍ଦେଶ୍ୟ ସଫଳ ହୋଇ ନ ଥିଲା। ଶେଷରେ ସେମାନେ ମାନସଙ୍କୁ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଛନ୍ତି।ପୋଲିସ ଅଭିଯୁକ୍ତମାନଙ୍କ ଚାରିଚକିଆ ଗାଡି, ୩ଟି ମୋବାଇଲ ଫୋନ ସହ ମୃତକଙ୍କ ବାଇକ ଓ ଔଷଧ ବ୍ୟାଗ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!