Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶାରେ ୪୬.୫% ଅବିବାହିତ

by ସଞ୍ଜୟ ସ୍ୱାଇଁ
May 14, 2025
in State
ଓଡ଼ିଶାରେ ୪୬.୫% ଅବିବାହିତ
127
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨% ଅବିବାହିତ । ୫୬.୪% ଅବିବାହିତ ପୁରୁଷ ବର୍ଗ ରହିଥିଲା ବେଳେ ୪୫.୮% ମହିଳା ବର୍ଗ ରହିଛନ୍ତି । ଓଡ଼ିଶାରେ ଜନସଂଖ୍ୟାର ୪୬.୫% ଅବିବାହିତ ଅଛନ୍ତି । ୫୧.୬% ପୁରୁଷ ଏବଂ ୪୧.୨% ମହିଳା ଅବିବାହିତ ଅଛନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ବିବାହ ପ୍ରତି ବିମୁଖ ଅଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ସେମାନେ ପରିବାର ଜଞ୍ଜାଳ ଭିତରେ ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଆର୍ଥିକ ସମସ୍ୟା ହେଉ ବା ପାରିବାରିକ, ଏକାକୀ ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି । ଦେଶରେ ଜନସଂଖ୍ୟାର ୪୫.୫% ବିବାହିତ । ୪୨.୫% ପୁରୁଷ ଓ ୪୯% ମହିଳା ବର୍ଗ ବିବାହ କରିଛନ୍ତି । ଆଉ ଜନସଂଖ୍ୟାର ୩.୩% ମଧ୍ୟରେ ବିଧବା,ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ ବିଚ୍ଛେଦ ବର୍ଗ ଅଛନ୍ତି । ଏହି ବର୍ଗରେ ୧.୫% ପୁରୁଷ ରହିଥିଲା ବେଳେ ୫.୨% ମହିଳା । ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା ବର୍ଗ ବିବାହ କରିଛନ୍ତି । ଏହାଛଡ଼ା ରାଜ୍ୟରେ ୪.୩% ମଧ୍ୟରେ ବିଧବା, ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ ବିଚ୍ଛେଦ ବର୍ଗ ଅଛନ୍ତି । ଏହି ବର୍ଗରେ ୧.୭% ପୁରୁଷ ରହିଥିଲା ବେଳେ ୬.୯% ମହିଳା । ରାଜ୍ୟରେ ଏହି ବର୍ଗରେ ମହିଳାଙ୍କ ସଂଖ୍ୟା ଅଧିକ । ଅର୍ଥାତ ସମାଜରେ ଅଧିକ ମାତ୍ରାରେ ମହିଳାମାନେ ବିବାହ ଜନିତ ଯନ୍ତ୍ରଣା ଭୋଗୁଛନ୍ତି। ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ ଅଛନ୍ତି । ଜନସଂଖ୍ୟାର ୫୭.୩% ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅଛନ୍ତି । ବିହାରରେ ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ଦ୍ୱିତୀୟରେ ଉତ୍ତରାଖଣ୍ଡରେ ୬୧.୭% ଅବିବାହିତ। ଅବିବାହିତ ପୁରୁଷ ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ ରହିଛି । ସେହିପରି ମହିଳାଙ୍କ କ୍ଷେତ୍ରରେ ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫% ମହିଳା ଅଛନ୍ତି । ଏହି ବର୍ଗରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି । ଦେଶରେ ବିଧବା,ସ୍ୱାମୀ ବା ସ୍ତ୍ରୀ ପରିତ୍ୟକ୍ତା ଓ ବିବାହ ବିଚ୍ଛେଦ ବର୍ଗରେ ତାମିଲନାଡ଼ୁରେ ସର୍ବାଧିକ ୫.୯% ଅଛନ୍ତି । ଏହି ବର୍ଗରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!