Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାର୍ମାସିଷ୍ଟଙ୍କୁ ହତ୍ୟା ଘଟଣା, ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
May 13, 2025
in Crime, State
ଫାର୍ମାସିଷ୍ଟଙ୍କୁ ହତ୍ୟା ଘଟଣା, ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ
73
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ପଡ଼ୋଶୀ ଛତିଶଗଡ଼ରେ ଫାର୍ମାସିଷ୍ଟଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ। ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି ପୁଲିସ। ସୂଚନାଯୋଗ୍ୟ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଜଶେକେରା ଗାଁର ଚାଷଜମିରୁ ନୂଆପଡ଼ା ସହରର ଶିବଶକ୍ତି ନଗରର ଫାର୍ମାସିଷ୍ଟ ମାନସ ତ୍ରିପାଠୀ ଓରଫ ନବୀନ (୩୦)ଙ୍କ ମୃତଦେହକୁ ଛତିଶଗଡ଼ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କୋମାଖାନ ପୁଲିସ ମହୁଲଭଟାର ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି କୋମାଖାନ ପୁଲିସର ଏକ ସତନ୍ତ୍ର ଟିମ ନୂଆପଡ଼ା ସହରରେ ଛାନଭିନ ଚଲାଇଥିଲା । ଏଥିରେ ପ୍ରଥମେ ମହୁଲଭଟା ଗାଁର ପରଶୁଙ୍କୁ ଗିରଫ କରିଥିଲା। ପରଶୁଙ୍କୁ ଅଧିକ ପଚରାଉଚରା କରିବାରୁ ସରୋଜ, ଗଣପତ ଓ ଜଣେ ନାବାଳକଙ୍କ ନାଁ କହିଥିଲା । ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ପୂର୍ବରୁ ଅଭିଯୁକ୍ତ ପରଶୁ ଓ ଗଣପତିଙ୍କ ସହ ମୃତକ ମାନସଙ୍କ ଚିହ୍ନା ପରିଚିତ ଥିଲେ । ଗତ ୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସୁଖସାଗର ରେଷ୍ଟୁରା ନିକଟ ନିଛାଟିଆ ସ୍ଥାନକୁ ଔଷଧ ମାଗିବା ବାହାନରେ ପରଶୁ ଓ ଗଣପତ ମିଶି ମାନସଙ୍କୁ ଡାକିଥିଲେ । ମାନସ ପଞ୍ଚିବା ପରେ ମୁହଁ ଓ ଦୁଇହାତରେ ପଛପଟୁ ପ୍ଲାଷ୍ଟିକ ଟେପ ଲଗାଇ ଚାରିଚକିଆ ଗାଡ଼ି(ଓଡ଼ି ୨୬ ଏ ୨୭୦୦)ରେ ୪ଜଣ ଅଭିଯୁକ୍ତ ଅପହରଣ କରିଥିଲେ। ସେଠୁ ଟାନଓ୍ୱାଟ ରାସ୍ତାରେ କୋମାଖାନ ନେଇ ଲକ୍ଷାଧ‌ିକ ଟଙ୍କା ଦାଦାବଟି ମାଗିଥିଲେ। କିନ୍ତୁ ମାନସଙ୍କ ଜମାଖାତାରେ ୯ହଜାର ଟଙ୍କା ଥିଲା । ଏଥିରେ ଅପହରଣକାରୀଙ୍କ ଉଦ୍ଦେଶ୍ୟ ସଫଳ ହୋଇନଥିଲା। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଜଶେକେରା ଗାଁର ଚାଷଜମିରୁ ନୂଆପଡ଼ା ସହରର ଶିବଶକ୍ତି ନଗରର ଫାର୍ମାସିଷ୍ଟ ମାନସ ତ୍ରିପାଠୀ ଓରଫ ନବୀନ (୩୦)ଙ୍କ ମୃତଦେହକୁ ଛତିଶଗଡ଼ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କୋମାଖାନ ପୁଲିସ ମହୁଲଭଟାର ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି କୋମାଖାନ ପୁଲିସର ଏକ ସତନ୍ତ୍ର ଟିମ ନୂଆପଡ଼ା ସହରରେ ଛାନଭିନ ଚଲାଇଥିଲା । ଏଥିରେ ପ୍ରଥମେ ମହୁଲଭଟା ଗାଁର ପରଶୁଙ୍କୁ ଗିରଫ କରିଥିଲା। ପରଶୁଙ୍କୁ ଅଧିକ ପଚରାଉଚରା କରିବାରୁ ସରୋଜ, ଗଣପତ ଓ ଜଣେ ନାବାଳକଙ୍କ ନାଁ କହିଥିଲା । ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଶେଷରେ ୪ଜଣ ଅଭିଯୁକ୍ତ ମାନସଙ୍କ ମୁହଁ ଓ ତଣ୍ଟି ଚିପି ହତ୍ୟା କରି କଶେକେର ନିକଟରେ ଫିଙ୍ଗି ଦେଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ । ମୃତକଙ୍କ ବାଇକ(ଓଡ଼ି ୨୬ ଏ ୨୦୬୪) ସହ ଔଷଧ ବ୍ୟାଗକୁ ପୁଲିସ ଜବତ କରିଥିଲା । ଅଭିଯୁକ୍ତଙ୍କ ଚାରିଚକିଆ ଗାଡ଼ି ଓ ୩ଟି ମୋବାଇଲକୁ ପୁଲିସ ଜବତ କରିଛି । ଏନେଇ ଅଧିକ ତଦନ୍ତ ଚାଲିଥିବା କୋମାଖାନ ଆଇଆଇସି ନିତେଶ ଠାକୁର ସୂଚନା ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!